ମୁମ୍ବାଇ: ଫେମସ ପଞ୍ଜାବୀ ଗାୟକ, ଅଭିନେତା ଦିଲଜିତ ଦୋସାଞ୍ଝ ଓ କ୍ରିତି ସାନନ ଅଭିନୀତ କମେଡି ଫିଲ୍ମ 'ଅର୍ଜୁନ ପଟିଆଲା' ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଫ୍ୟାନ୍ସ ମଧ୍ୟ ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ । ଇତିମଧ୍ୟରେ ମେକର୍ସ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ରିଲିଜ କରିଦେଇଛନ୍ତି ଫିଲ୍ମର ନୂଆ ଟ୍ରାକ ତଥା ସ୍ୟାଡ ସଙ୍ଗ 'ଦିଲ ତୋଡେୟା' ।
ଗୀତରେ ଦିଲଜିତ ଓ କ୍ରିତିଙ୍କ ବ୍ରେକଅପ କାହାଣୀ ଦେଖିବାକୁ ମିଳୁଛି । ଫିଲ୍ମରେ ଦିଲଜିତ ପୋଲିସ ଅଫିସର ହୋଇଥିବାବେଳେ କ୍ରିତି ଜଣେ ସମ୍ବାଦିକା ରୂପେ ଅଭିନୟ କରୁଛନ୍ତି ।
ଫିଲ୍ମର ଏହି ଦମଦାର ଟ୍ରାକଟିକୁ ଲେଖିଛନ୍ତି ପଞ୍ଜାବୀ ସିଙ୍ଗର ଗୁରୁ ରାନ୍ଧୱା । ଦିଲ ତୋଡେୟା ଗୀତଟି ଦର୍ଶକଙ୍କୁ ଦୁଃଖ କରିଦେବ । ଗୀତଟିକୁ ସଚିନ କମ୍ପୋଜ କରିଥିବାବେଳେ ଜିଗର ଓ ଗୁରୁ ଗୀତଟିକୁ ଗାଇଛନ୍ତି ।