ମୁମ୍ବାଇ: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା'ର ଏକ ନୂଆ ପୋଷ୍ଟର ରିଲିଜ ହୋଇଛି । ଯାହା ସହିତ ଏହା ମଧ୍ୟ ସୂଚନା ଦିଆଯାଇଥିଲା ଯେ ଫିଲ୍ମର ଟ୍ରେଲର ଆସନ୍ତାକାଲି ଅର୍ଥାତ୍ ଜୁଲାଇ 6 ରେ ମୁକ୍ତିଲାଭ କରିବ ।
ଫିଲ୍ମର ନିର୍ଦ୍ଦେଶକ ମୁକେଶ ଛାବ୍ରା ଏବଂ ଅଭିନେତ୍ରୀ ସଞ୍ଜନା ସାଙ୍ଗୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ 'ଦିଲ ବେଚେରା'ର ନୂଆ ପୋଷ୍ଟର ସେୟାର କରି ଏକ ଇମୋସନାଲ ପୋଷ୍ଟ ଲେଖିଛନ୍ତି ।
'ଦିଲ ବେଚେରା' ଚଳଚ୍ଚିତ୍ର ସହିତ ସଞ୍ଜନା ବଲିଉଡରେ ପାଦ ଦେବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ର ଜୁଲାଇ 24 ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଛି । ମୁକେଶ ଫିଲ୍ମର ନୂଆ ପୋଷ୍ଟର ସେୟାର କରି ଲେଖିଛନ୍ତି, କେବଳ ତୁମ ପାଇଁ ଭଲପାଇବା ।