ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚେରା’ ଦେଖିବାକୁ ବ୍ୟାକୁଳ ସମସ୍ତେ । ଦୀର୍ଘ ସମୟରୁ ଏହାର ଟ୍ରେଲ ଦେଖିବାକୁ ଉତ୍ସାହିତ ଥିବା ଦର୍ଶକ ପରିଶେଷରେ ଟ୍ରେଲର ଦେଖି ଖୁସି ହେବା ସହ ଦୁଃଖୀ ମଧ୍ୟ ହୋଇଯାଇଛନ୍ତି । ଏବେ ଟ୍ରେଲରକୁ ଶାନଦାର ପ୍ରତିକ୍ରିୟା ମିଳିବାରେ ଲାଗିଛି । ସୁଶାନ୍ତଙ୍କୁ ମନେ ପକାଇ ଟ୍ରେଲରେ ତାଙ୍କ ହସ ଚେହେରାର ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ କରିବାରେ ଲାଗିଛନ୍ତି ଫ୍ୟାନ୍ସ । ସେହିପରି ଟ୍ରେଲରର ଦେଖିବାକୁ ମିଳିଥିବା ସୁଶାନ୍ତଙ୍କ ଏକ ସିନର ଖୁବ୍ ଚର୍ଚ୍ଚା ହେଉଛି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ...
କଥାଟି ହେଲା ଯେ ଭାଇରାଲ ହେଉଥିବା ସିନରେ ସୁଶାନ୍ତ ଅଭିନେତ୍ରୀ ସଞ୍ଜନା ସାଙ୍ଘୀଙ୍କୁ ଗାର୍ଲଫ୍ରେଣ୍ଡ ହେବା ବିଷୟରେ ପଚାରୁଛନ୍ତି । ଏହି ସିନଟି ସୁଶାନ୍ତଙ୍କ ଟି-ସର୍ଟ ପାଇଁ ଚର୍ଚ୍ଚାରେ ଅଛି । ଆଉ ତାଙ୍କ ଟି-ସାର୍ଟରେ ଯାହା ଲେଖା ଯାଇଛି ତାହାକୁ ସମ୍ପୃକ୍ତ କରି ଫ୍ୟାନ୍ସ ଟ୍ବିଟ କରିବାରେ ଆରମ୍ଭ କରିଦେଇଛନ୍ତି ।