ଓଡିଶା

odisha

ETV Bharat / sitara

ପୁଣି ସୁଶାନ୍ତଙ୍କୁ ମନେ ପକାଇ ଭାବବିହ୍ବଳ ମୁକେଶ - ବହୁ ପ୍ରତିକ୍ଷିତ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର ରିଲିଜ

ଭାଇରାଲ ହେଲା ‘ଦିଲ ବେଚେରା’ ନିର୍ଦ୍ଦେଶକ ମୁକେଶ ଛାବଡାଙ୍କ ନୂଆ ପୋଷ୍ଟ । ଟ୍ରେଲର ରିଲିଜ ଅବସରରେ ସେ ନିଜ ବନ୍ଧୁ, ଭାଇ ସୁଶାନ୍ତଙ୍କ ପାଇଁ ଭାବୁକ ପୋଷ୍ଟ ଲେଖିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Jul 7, 2020, 6:24 PM IST

ମୁମ୍ବାଇ: ବହୁ ପ୍ରତିକ୍ଷିତ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର ରିଲିଜ ହୋଇସାରିଛି । ଟ୍ରେଲରକୁ ବର୍ତ୍ତମାନ ଜବରଦସ୍ତ ପ୍ରତିକ୍ରିୟା ମିଳିବାରେ ଲାଗିଛି । ଏହି ଫିଲ୍ମର ନିର୍ଦ୍ଦେଶକ ତଥା ସୁଶାନ୍ତ ସିଂ ରାଜପୁତଙ୍କ ଭଲ ବନ୍ଧୁ ମୁକେଶ ଛାବଡା ଏହା ଜରିଆରେ ଡେବ୍ୟୁ କରିଛନ୍ତି । ସେହିପରି ସୁଶାନ୍ତଙ୍କ ସହ ନଜର ଆସିବାକୁ ଯାଉଥିବା ଅଭିନେତ୍ରୀ ସଞ୍ଜନା ସାଙ୍ଘୀଙ୍କ ମଧ୍ୟ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସୁଶାନ୍ତଙ୍କ ଶେଷ ଫିଲ୍ମର ଟ୍ରେଲର ଦେଖି ସମସ୍ତେ ଭାବୁକ ହୋଇପଡିଛନ୍ତି । ମୁକେଶ ମଧ୍ୟ ପୁଣିଥରେ ସୁଶାନ୍ତଙ୍କୁ ନେଇ ଇମୋଶନାଲ ପୋଷ୍ଟ ଲେଖିଛନ୍ତି ।

ମୁକେଶ ଇନଷ୍ଟାଗ୍ରାମରେ ଟ୍ରେଲର ସେୟାର କରି ସୁଶାନ୍ତଙ୍କୁ ମନେ ପକାଇଛନ୍ତି ଏବଂ ତାଙ୍କ ସହ ନିଜର ଅନୁଭୂତି ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ‘ପରିଶେଷରେ ଦୀର୍ଘ ସମୟର ଅପେକ୍ଷା ପରେ । ମୋ ଜୀବନର ଦୁଇ ବର୍ଷ । ଏତେ ବନ୍ଧୁ ମୋ ହୃଦୟରେ ଅଛନ୍ତି । ଏତେ ସୁଖ-ଦୁଃଖ ପରେ ନୈରାଶଜନକ ସମୟ । ଆପଣଙ୍କ ପାଇଁ ଆମର ସ୍ବପ୍ନ ଏବଂ ମୋ ଭାଇ ସୁଶାନ୍ତଙ୍କ ସ୍ବପ୍ନଙ୍କୁ ଆପଣଙ୍କ ସାମ୍ନାକୁ ଆଣିଛି । ଯାହା ମୋ ଶେଷ ନିଶ୍ବାସ ପର୍ଯ୍ୟନ୍ତ ମୋ ସହ ରହିବ । ମୋର ପ୍ରଥମ ଫିଲ୍ମ #DilBechara ଟ୍ରେଲର । ସୁଶାନ୍ତ ସବୁବେଳେ ଆମ ହୃଦୟରେ ରହିବେ ।

ପ୍ରକାଶ ଥାଉକି ଏହି ଫିଲ୍ମ ପୂର୍ବରୁ ରିଲିଜ ହେବାର ଥିଲା । ହେଲେ ମିଠୁ ଅଭିଯାନ ପାଇଁ ଏହାର ରିଲିଜ ତାରିଖକୁ ସ୍ଥଗିତ ରଖାଯାଇଥିଲା । କାରଣ ଯୌନ ନିର୍ଯାତନା ଅଭିଯୋଗ ମୁକେଶଙ୍କ ଉପରେ ଲାଗିଥିଲା । ଏମାସ 24 ତାରିଖରେ ଡିଜିଟାଲ ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି ।

ABOUT THE AUTHOR

...view details