ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଏଯାବତ ଦୁଃଖି ସମସ୍ତେ । ତାଙ୍କ ମୃତ୍ୟୁର 18 ଦିନ ପରେ ମଧ୍ୟ ଫ୍ୟାନ୍ସ ତାଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ତାଙ୍କର ଅନେକ ଥ୍ରୋବ୍ୟାକ ଫଟୋ, ଭିଡିଓ ସେୟାର କରୁଛନ୍ତି । ତାଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ କ୍ରମାଗତ ଭାବେ ତଦନ୍ତ ଚଳାଇଛନ୍ତି । ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା ଅନେକ ଲୋକଙ୍କ ବୟାନ ରେକର୍ଡ କରିସାରିଲାଣି । ନିକଟରେ ତାଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଅଭିନେତ୍ରୀ ସଞ୍ଜନା ସାଙ୍ଘୀଙ୍କ ବୟାନ ରେକର୍ଡ କରାଯାଇଥିଲା ।
ସେହିପରି ଏହି ଫିଲ୍ମଟି ଜୁଲାଇ 24 ତାରିଖରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ । ହେଲେ ଇତିମଧ୍ୟରେ ସଞ୍ଜନା ଆଶ୍ଚର୍ଯ୍ୟକର କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।