ମୁମ୍ବାଇ: କୋରୋନା ସଙ୍କଟରୁ ଦେଶକୁ ବଞ୍ଚାଇବା ପାଇଁ ବର୍ତ୍ତମାନ ଲକଡାଉନର ଦ୍ବିତୀୟ ପର୍ଯ୍ୟାୟ ଚାଲିଛି। ହେଲେ ଏପରି ପରିସ୍ଥିତିରେ ମଧ୍ୟ ଘରୋଇ ହିଂସା 95 ପ୍ରତିଶତ ବଢିଯାଇଛି। ରାଷ୍ଟ୍ରୀୟ ମହିଳା ଆୟୋଗ ଲକଡାଉନ ପୂର୍ବରୁ ଆଉ 25 ଦିନ ପରର ବିଭିନ୍ନ ସହରରୁ ମିଳିଥିବା ଅଭିଯୋଗ ଉପରେ ଏହା ଦାବି କରିଛନ୍ତି। ଆୟୋଗ ଅନୁଯାୟୀ ଲକଡାଉନରେ ମହିଳା ଉପରେ ଘରୋଇ ହିଂସା ଦୁଇ ଗୁଣ ବଢିଯାଇଛି। ବର୍ତ୍ତମାନ ଦେଶରେ ବଢୁଥିବା ଘରୋଇ ହିଂସା ବିରୋଧରେ ସ୍ବର ଉଠାଇଛନ୍ତି ସେଲିବ୍ରିଟିରୁ ନେଇ ଖେଳାଳି।
ଘରୋଇ ହିଂସା ବିରୋଧରେ ସ୍ବର ଉଠାଇଲେ ସେଲିବ୍ରିଟି - ଘରୋଇ ହିଂସା ରିପୋର୍ଟ
ଲକଡାଉନରେ କୋରୋନା ସହ ବଢିଚାଲିଛି ଘରୋଇ ହିଂସା। ଯାହାର ବିରୋଧ କରିଛନ୍ତି ସେଲିବ୍ରିଟି। ଭିଡିଓରେ ଏକାଠି ମିଶି ଏହାର ବିରୋଧରେ ଦେଶବାସୀଙ୍କୁ ଖାସ୍ ଅପିଲ କରିଛନ୍ତି।
ଡିଜାଇନ ଫଟୋ
ନିକଟରେ ଏକ ଭିଡିଓ ରିଲିଜ କରାଯାଇଛି ଯେଉଁଥିରେ କ୍ରିକେଟର ବିରାଟ କୋହଲି, ଅନୁଷ୍କା ଶର୍ମା, ମାଧୁରୀ ଦୀକ୍ଷିତ ନେନ, ବିଦ୍ୟା ବଲାନ, ଫରାହନ ଅଖତର, କରନ ଜୋହର ଭଳି କଳାକାର ଭାର ନେଇଛନ୍ତି । ସବୁ ସେଲିବ୍ରିଟି ଏକାଠି ମିଶି ବାର୍ତ୍ତା ମଧ୍ୟ ଦେଶବାସୀଙ୍କୁ ଦେଇଛନ୍ତି।
ଭିଡିଓରେ ସେଲିବ୍ରିଟି ଅପିଲ କରୁଥିବାର ନଜର ଆସୁଛନ୍ତି ଯେ ଘରୋଇ ହିଂସା ବିରୋଧରେ ଚୁପ ବସନ୍ତୁ ନାହିଁ ନିଜ ସ୍ବର ଉଠାଆନ୍ତୁ । ଦେଖନ୍ତୁ ଭିଡିଓ...