ନୂଆଦିଲ୍ଲୀ: ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ସୁନ୍ଦରୀ ଅଭିନେତ୍ରୀ ଦିଆ ମିର୍ଜା ବର୍ତ୍ତମାନ ସ୍ବାମୀ ବୈଭବ ରେଖୀଙ୍କ ସହ ମାଳଦ୍ବୀପରେ ଛୁଟି ଉପଭୋଗ କରୁଛନ୍ତି । ଗତ ଫେବୃଆରୀ 15ରେ ବିଜନେସମ୍ୟାନ ବୈଭବଙ୍କୁ ବିବାହ କରିଥିଲେ ଅଭିନେତ୍ରୀ । ଏବେ ଦୁହେଁ ହନିମୁନରେ ବ୍ୟସ୍ତ । ଆଉ ସୋସିଆଲ ମିଡିଆରେ ଦିଆ ସେୟାର କଲେ ଅନେକ ଫଟୋ ।
ଏହି ସମୟରେ ଦିଆ ସୋସିଆଲ ମିଡିଆରେ ତାଙ୍କର ଅନେକ ବିକିନି ଫଟୋ ସେୟାର କରିଛନ୍ତି । ଯାହା ବୈଭବଙ୍କ ଦ୍ବାରା କ୍ଲିକ୍ କରାଯାଇଛି ।
ଇତି ମଧ୍ୟରେ ଦିଆ ଅନ୍ୟ ଏକ ଫଟୋ ସେୟାର କରିଛନ୍ତି, ଯାହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ଦିଆଙ୍କ ସହ ତାଙ୍କ ସ୍ବାମୀଙ୍କ ପ୍ରଥମ ପତ୍ନୀଙ୍କ ଝିଅ ସମାୟାରା ନଜର ଆସିଛନ୍ତି ।
ଏହି ଫଟୋ ଦେଖିବା ପରେ ୟୁଜର୍ସ ସୋସିଆଲ ମିଡିଆରେ ଅନେକ ପ୍ରକାରର ମତାମତ ଦେଉଛନ୍ତି ।
ଏହି ସେୟାର ହୋଇଥିବା ଫଟୋରେ ବୈଭବଙ୍କ ଝିଅ ସମାୟାରା ଦିଆଙ୍କ ସହ ପୋଜ୍ କରୁଥିବାର ଦେଖିବାକୁ ମିଳିଛି । ଫଟୋରେ, ଦିଆ ଏକ ଧଳା ପୋଷାକ ପିନ୍ଧିଛନ୍ତି ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି ଏବଂ ଅନ୍ୟପକ୍ଷରେ ସମାୟାରା ଏକ ବ୍ଲାକ ପ୍ରିଣ୍ଟେଡ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଛି ।
ଏଥିସହିତ, ଦିଆଙ୍କ ପ୍ରଶଂସକମାନେ ସେମାନଙ୍କର ଏହି ଫଟୋକୁ ବହୁତ ପସନ୍ଦ କରୁଛନ୍ତି ।
ପ୍ରକାଶ ଥାଉ ଯେ, ବୈଭବଙ୍କ ପୂର୍ବରୁ ଦିଆ ସାହିଲ ସଙ୍ଘାଙ୍କ ସହ ବିବାହ କରିଥିଲେ। କିନ୍ତୁ 11 ବର୍ଷ ପରେ ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। 2019ରେ ସୋସିଆଲ ମିଡିଆରେ ଦିଆ ସାହିଲଙ୍କ ଠାରୁ ଅଲଗା ହେବା ନେଇ ଘୋଷଣା କରିଥିଲେ ।