ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ଧର୍ମେନ୍ଦ୍ର ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ର ହେଉ କିମ୍ବା ତାଙ୍କ ଫିଟନେସ୍ ହେଉ, ଧର୍ମେନ୍ଦ୍ର ପ୍ରତ୍ୟେକ କ୍ଷେତ୍ରରେ ନମ୍ବର ଓ୍ବାନ । 85 ବର୍ଷ ବୟସରେ ମଧ୍ୟ ଅଭିନେତାଙ୍କର ଶକ୍ତିର ଅଭାବ ନାହିଁ ।
ଆଜିକାଲି ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ଅଭିନେତା ସର୍ବଦା ତାଙ୍କର ଅନେକ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକଙ୍କ ମନୋରଞ୍ଜନ କରିଥାନ୍ତି । ନିକଟରେ, ଧର୍ମେନ୍ଦ୍ର ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ତାଙ୍କ ଫାର୍ମ ହାଉସର ଛୋଟ ସୁଇମିଂ ପୁଲ ଭିତରେ ୱାଟର ଏରୋବିକ୍ସ କରୁଥିବାର ନଜର ଆସିଛନ୍ତି ।