ମୁମ୍ବାଇ: ବର୍ତ୍ତମାନ ଲକଡାଉନରେ ବଲିଉଡର ହିମ୍ୟାନ ଧର୍ମେନ୍ଦ୍ର ନିଜ ଫାର୍ମ ହାଉସରେ ସମୟ କାଟୁଛନ୍ତି । ଏହି ଅବସରରେ ସେ ଫ୍ୟାନ୍ସଙ୍କୁ ପ୍ରତିଦିନ ଅପଡେଟ କରୁଛନ୍ତି । ନିକଟରେ ସେ ଗଛରେ ପାଣି ଦେବା ସହ ଯୋଗ କରୁଥିବାର ଭିଡିଓ ସେୟାର କରିଥିଲେ ।
ଫ୍ୟାନ୍ସଙ୍କୁ ପୂର୍ଣ୍ଣ ଚନ୍ଦ୍ର ଦେଖାଇଲେ ବଲିଉଡର ହିମ୍ୟାନ - ବଲିଉଡ ଖବର
ଗୁରୁବାର ଧର୍ମେନ୍ଦ୍ର ଏକ ଭିଡିଓରେ ଫ୍ୟାନ୍ସଙ୍କୁ ଫୁଲ ମୁନ ଦେଖାଇଛନ୍ତି । 83 ବର୍ଷିୟ ଆକ୍ଟର ନିଜ ଟ୍ବିଟରରେ ଏହି ଭିଡିଓ ସେୟାର କରିଛନ୍ତି । ଅଧିକ ପଢନ୍ତୁ...
![ଫ୍ୟାନ୍ସଙ୍କୁ ପୂର୍ଣ୍ଣ ଚନ୍ଦ୍ର ଦେଖାଇଲେ ବଲିଉଡର ହିମ୍ୟାନ ଫ୍ୟାନ୍ସଙ୍କୁ ପୂର୍ଣ୍ଣ ଚନ୍ଦ୍ର ଦେଖାଇଲେ ବଲିଉଡର ହିମ୍ୟାନ](https://etvbharatimages.akamaized.net/etvbharat/prod-images/768-512-7106371-563-7106371-1588878219346.jpg)
ଫ୍ୟାନ୍ସଙ୍କୁ ପୂର୍ଣ୍ଣ ଚନ୍ଦ୍ର ଦେଖାଇଲେ ବଲିଉଡର ହିମ୍ୟାନ
ସେହିପରି ଗୁରୁବାର ସେ ଏକ ଭିଡିଓରେ ଫ୍ୟାନ୍ସଙ୍କୁ ଫୁଲ ମୁନ ଦେଖାଇଛନ୍ତି । 83 ବର୍ଷିୟ ଆକ୍ଟର ନିଜ ଟ୍ବିଟରରେ ଏହି ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ପୂର୍ଣ୍ଣ ଚନ୍ଦ୍ରର ସୁନ୍ଦରତା ବିଷୟରେ କହୁଥିବାର ଦେଖାଯାଇଛି । ନିଜ କ୍ଷେତରେ ବସି ଏହାକୁ ସେ ଉପଭୋଗ କରୁଥିବାବେଳେ ଏହି ଭିଡିଓକୁ ଫ୍ୟାନ୍ସଙ୍କ ପାଇଁ ଉତ୍ସର୍ଗ କରୁଛନ୍ତି ବୋଲି କହିଥିଲେ ।
ଧର୍ମେନ୍ଦ୍ର ପୂର୍ଣ୍ଣ ଚନ୍ଦ୍ର ଉପରେ ଏକ ସାୟରୀ ମଧ୍ୟ କହୁଥିବାର ଭିଡିଓରେ ନଜର ଆସିଛି । ପ୍ରକାଶ ଥାଉ କି ଧର୍ମେନ୍ଦ୍ର ଲକଡାଉନ ପୂର୍ବରୁ ଫାର୍ମ ହାଉସ ବୁଲି ଆସିଥିଲେ । ହେଲେ ଲକଡାଉନ ଘୋଷଣା ଯୋଗୁଁ ସେ ଏଠାରେ ଅଟକି ଯାଇଥିଲେ ।