ମୁମ୍ବାଇ: ବଲିଉଡର ହିମ୍ୟାନ ଧର୍ମେନ୍ଦ୍ର ଦୀର୍ଘ ସମୟରୁ ଫିଲ୍ମଠୁ ଦୂରେଇ ଅଛନ୍ତି। ସେ ଏବେ ସୋସିଆଲ ମିଡିଆରେ ସକ୍ରିୟା ରହୁଛନ୍ତି। ସେ ପ୍ରାୟତଃ ନିଜ ଜୀବନ ସହ ସମ୍ପୃକ୍ତ ଥିବା ଅନେକ କଥା ଫ୍ୟାନ୍ସଙ୍କ ସହ ସେୟାର କରନ୍ତି। ସେ ବଲିଉଡକୁ ଅନେକ ଶାନଦାର ଫିଲ୍ମ ଦେଇଛନ୍ତି। ଯେଉଁ ଫିଲ୍ମକୁ ଦର୍ଶକଙ୍କ ଖୁବ୍ ପ୍ରେମ ମିଳିଥିଲା। ଏଥର ଧର୍ମେନ୍ଦ୍ର ନିଜର ବ୍ଲକବଷ୍ଟର ଫିଲ୍ମ ‘ସୋଲେ’କୁ ମନେ ପକାଇ ଭାବୁକ ହୋଇଯାଇଛନ୍ତି।
ଅମିତାଭଙ୍କୁ ମନେ ପକାଇ ଭାବୁକ ହେଲେ ହିମ୍ୟାନ - ସୋଲେ ଫିଲ୍ମର ପୁରୁଣା ଫଟୋ ସେୟାର କଲେ ଧର୍ମେନ୍ଦ୍ର
ଟ୍ବିଟରେ ସବୁବେଳେ ଆକ୍ଟିଭ ରହୁଥିବା ଅଭିନେତା ଧର୍ମେନ୍ଦ୍ର ନିକଟରେ ‘ସୋଲେ’ ଫିଲ୍ମର ଏକ ଫଟୋ ସେୟାର କରି ଚର୍ଚ୍ଚାରେ ଆସିଥିଲେ। ଯାହାକୁ ପରେ ସେ ଡିଲିଟ କରିଦେଇଥିଲେ।
ସେ ‘ସୋଲେ’ ଫିଲ୍ମର ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଟ୍ବିଟରରେ ସେୟାର କରିଥିବା ଫଟୋରେ ତାଙ୍କ ସହ ଅମିତାଭ ବଚ୍ଚନ ମଧ୍ୟ ନଜର ଆସୁଛନ୍ତି। ଫଟୋଟି ଫିଲ୍ମର ଫେମସ ଗୀତ ‘ଏ ଦୋସ୍ତୀ ହମ ନେହିଁ ତୋଡେଙ୍ଗେ’ ସୁଟିଂ ସମୟର।
ଫଟୋକୁ ସେୟାର କରି ଧର୍ମେନ୍ଦ୍ର କ୍ୟାପସନରେ ଲେଖିଛନ୍ତି, ‘ୟାଦେଁ ସୁନାତି, ତସବୀର, ଇକ ତସବୀର କି ୟାଦ ଜେସକି ଦୁନିୟା ହୋ ଗଇ, ଲଭ ୟୁ ଦୋସ୍ତୋଂ।’ ହେଲେ ସେ ଏହି ଟ୍ବିଟକୁ ଏବେ ଡିଲିଟ କରିଦେଇଛନ୍ତି । ପ୍ରକାଶ ଥାଉକି ‘ସୋଲେ’ 1975ରେ ରିଲିଜ ହୋଇଥିଲା । ଫିଲ୍ମରେ ଧର୍ମେନ୍ଦ୍ର, ଅମିତାଭଙ୍କ ବ୍ୟତୀତ ଅମଜାଦ ଖାନ, ସଞ୍ଜୀବ କୁମାର, ଜୟା ବଚ୍ଚନ ଓ ହେମା ମାଳିନୀ ଭଳି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।