ମୁମ୍ବାଇ:2020 ବର୍ଷରେ ଦେଶବାସୀ ଅନେକ ଘଟଣା ଦେଖିଛନ୍ତି । ଏହାସହ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି । ଆଉ କିଛି ଦିନ ପରେ ଶେଷ ହେବାକୁ ଯାଉଛି ଚଳିତ ବର୍ଷ । ଆସନ୍ତା ବର୍ଷ ସମସ୍ତଙ୍କୁ ସୁଖ ଓ ସମୃଦ୍ଧି ମିଳିବ ବୋଲି ଆଶା ବାନ୍ଧିଛନ୍ତି ସମସ୍ତେ । ସେପଟେ ସେଲିବ୍ରିଟି ମଧ୍ୟ 2020 ବର୍ଷକୁ ବିଦାୟ ଦେବାକୁ ଅନାଇ ବସିଛନ୍ତି । ନିକିଟରେ ଅଭିନେତା ରଣବୀର ସିଂ ସକାରାତ୍ମକ ବାର୍ତ୍ତା ବାଣ୍ଟିଥିବା ବେଳେ ଆଉ ଏବେ ‘ଧଡକ’ ଫେମ ଜାହ୍ନବୀ କପୁର ଫଟୋ ମାଧ୍ୟମରେ 2020 ବର୍ଷର ବର୍ଣ୍ଣନା କରିଛନ୍ତି ।
ସେ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ଯାହା ତାଙ୍କ ଫଟୋସୁଟର । ପ୍ରଥମ ଫଟୋରେ ସେ କ୍ୟାମେରା ଦେଖି ପୋଜ ଦେଉଥିବାର ନଜର ଆସୁଛନ୍ତି । ଆଉ ଅନ୍ୟ ଫଟୋରେ ସେ ଦ୍ବନ୍ଦରେ ଥିବା ଭଳି ଦେଖାଯାଇଛି । ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ‘ଏହି ବର୍ଷ ଏହାକୁ ଏକାଠି ରଖିବାକୁ ଚେଷ୍ଟା କରିଛି ।’ ଦେଖନ୍ତୁ ଫଟୋ...