ମୁମ୍ବାଇ: ସ୍ବାଧୀନତା ଦିବସରେ ବକ୍ସ ଅଫିସରେ ମୁହାଁମୁହିଁ ହେବେ ଦୁଇ ବନ୍ଧୁ ଅର୍ଥାତ୍ ଅଭିନେତା ଅକ୍ଷୟ କୁମାର ଓ ଜନ ଆବ୍ରାହମ । ଦୀର୍ଘ ସମୟ ପରେ ଏହି ଦୁଇ ବନ୍ଧୁଙ୍କ ଫିଲ୍ମ ଏକାଠି ରିଲିଜ ହେବାକୁ ଯାଉଛି । ଦେଶୀ ବୟଜ ନାଁରେ ବଲିଉଡରେ ଫେମସ ଏହି ଦୁଇ ଷ୍ଟାର୍ସ ଦୁଇଟି ଜବରଦସ୍ତ ଫିଲ୍ମ ନେଇ ଦର୍ଶକଙ୍କ ସାମ୍ନାକୁ ଆସିବେ । ଅକ୍ଷୟଙ୍କ ‘ମିଶନ ମଙ୍ଗଲ’ ଏବଂ ଜନଙ୍କ ‘ବାଟଲା ହାଉସ’ ଦେଖିବା ପାଇଁ ଫ୍ୟାନ୍ସ ଅନାଇ ବସିଛନ୍ତି ।
ଇତିମଧ୍ୟରେ ବନ୍ଧୁମିଳନ ଦେଖିବାକୁ ମିଳୁଛି । ଆଜ୍ଞା ହଁ, ମୁମ୍ବାଇରେ ନିଜ ନିଜ ଫିଲ୍ମ ପ୍ରମୋଶନରେ ସମୟରେ ଏକାଠି ନଜର ଆସିଛନ୍ତି ଏହି ଦେଶୀ ବୟଜ ।
ଜନଙ୍କୁ ନିଜ ଭାଇ ଭଳି ମାନୁଥିବା ଖିଲାଡି ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ଫଟୋରେ ଏହି ଦୁଇ ଅଭିନେତା ଖୁବ୍ ମଜାମସ୍ତି କରୁଥିବାର ଦେଖାଯାଉଛନ୍ତି ।
ଫଟୋରେ ସବୁଠାରୁ ମଜା କଥା ଦେଖିବାକୁ ମିଳିଛି ଯେ ଜନ ଓ ଅକ୍ଷୟ ଏକା ପରିକା ବ୍ଲାକ ଆଉଫିଟ ପିନ୍ଧିଛନ୍ତି । ଆଉ ଜନଙ୍କ କାନ୍ଧରେ ଅକ୍ଷୟ ଚଢି ବହୁତ ମସ୍ତି କରୁଛନ୍ତି। ଫଟୋକୁ ସେୟାର କରି ଅକ୍ଷୟ ମଜାଦାର କ୍ୟାପସନ ମଧ୍ୟ ଲେଖିଛନ୍ତି, ‘‘ବ୍ରଦର ଫ୍ରମ ଆନଦର ମଦର ’’ ।
ଅଗଷ୍ଟ 15ରେ ରିଲିଜ ହେବାକୁ ଯାଉଥିବା ‘ମିଶନ ମଙ୍ଗଲ’ ଭାରତୀୟ ବୈଜ୍ଞାନିଙ୍କ ସଫଳତାର କାହାଣୀକୁ ନେଇ ଆଧାରିତ । ଫିଲ୍ମରେ ଅକ୍ଷୟ ବୈଜ୍ଞାନିକ ରାକେଶ ଧୱନଙ୍କ ଭୂମିକାରେ ନଜର ଆସିବେ । ସେପଟେ ଜନଙ୍କ ‘ବାଟଲା ହାଉସ’ ମଧ୍ୟ ଦିଲ୍ଲୀର ବାଟଲା ହାଉସ ଏନକାଉଣ୍ଟରକୁ ନେଇ ଆଧାରିତ । ଫିଲ୍ମରେ ଜନ ଦିଲ୍ଲୀ ପୋଲିସ ଭୂମିକାରେ ଦେଖାଯିବେ।
2005ରେ ଆସିଥିବା ‘ଗରମ ମସାଲା’ ଏବଂ 2011ର ଫିଲ୍ମ ‘ହାଉସଫୁଲ-2’ରେ ଜନ ଓ ଅକ୍ଷୟ ଏକାଠି କାମ କରିଥିଲେ । ତାହା ପରଠାରୁ ଏହି ଦୁଇଷ୍ଟାର୍ସ ପରସ୍ପର ଭଲ ବନ୍ଧୁ ସାଜିଥିଲେ । ଆଜି ପର୍ଯ୍ୟନ୍ତି ଦୁଇଜଣ ବଲିଉଡରେ ବେଷ୍ଟଫ୍ରେଣ୍ଡ ପରି ରହିଆସୁଛନ୍ତି । ଆଉ ଯେବେ ଏକାଠି ହୁଅନ୍ତି ତେବେ ଧୂମ ମଚାଇ ଦିଅନ୍ତି।