ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ପୁଣି ଥରେ ଏନସିବିର ସମନ୍ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମଙ୍ଗଳବାର କରିସ୍ମା ପ୍ରକାଶଙ୍କ ବାସଭବନରେ ଚଢାଉ କରି ହାଶିଶ(ଏକ ପ୍ରକାର ଡ୍ରଗ୍ସ) ଜବତ କରିବା ପରେ ପୁଣି ଥରେ ତାଙ୍କୁ ସମନ କରାଯାଇଥିବା କହିଛନ୍ତି ଜଣେ ଅଧିକାରୀ ।
ଗତମାସରେ ମଧ୍ୟ ଏନସିବି କରିସ୍ମା ପ୍ରକାଶଙ୍କୁ ପଚରାଉଚରା କରିଥିଲା । ଏନସିବି ଅଧିକାରୀ କହିଛନ୍ତି ଯେ ପୂର୍ବରୁ ଭର୍ସୋଭା ଅଞ୍ଚଳରେ ପ୍ରକାଶଙ୍କ ଘରେ ଖୋଜାଖୋଜି ସମୟରେ 1.8 ଗ୍ରାମ ଓଜନର ହାଶିଶ ଉଦ୍ଧାର କରାଯାଇଥିଲା । ହେଲେ ପ୍ରକାଶଙ୍କ ଓକିଲ ଭର୍ସୋଭା l ତାଙ୍କର ବାସ ସ୍ଥାନ ନୁହେଁ ବୋଲି ସଫା ସଫା ମନା କରିଦେଇଥିଲେ । କିନ୍ତୁ ଏନସିବି ଅଧିକାରୀମାନେ ଭର୍ସୋଭା ଆପାର୍ଟମେଣ୍ଟ ପ୍ରକାଶଙ୍କ ଦ୍ବିତୀୟ ବାସସ୍ଥାନ ବୋଲି ଦାବି କରିଛନ୍ତି ।