ଓଡିଶା

odisha

ETV Bharat / sitara

ବିବାହର ଫଟୋ ରିସେୟାର କଲେ ଦୀପିକା, ନେଟିଜେନ୍ସ କହିଲେ 'It's not your moment' - ବିବାହ ମୁହୂର୍ତ୍ତକୁ ମନେ ପକାଇଲେ ଦୀପିକା

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ନିଜ ବିବାହ ମୁହୂର୍ତ୍ତକୁ ନେଇ ମନେ ପକାଇଲେ ଦୀପିକା । ନେଟିଜେନ୍ସ କହିଲେ 'ଏହା ତୁମର ସମୟ ନୁହେଁ ।' ଅଧିକ ପଢନ୍ତୁ

ବିବାହର Unarchive ଫଟୋ ପୋଷ୍ଟ କଲେ ଦୀପିକା, ନେଟିଜେନ୍ସ କହିଲେ 'It's not your moment'
ବିବାହର Unarchive ଫଟୋ ପୋଷ୍ଟ କଲେ ଦୀପିକା, ନେଟିଜେନ୍ସ କହିଲେ 'It's not your moment'

By

Published : Dec 9, 2021, 6:46 PM IST

ହାଇଦ୍ରାବାଦ: ସୋସିଆଲ ମିଡ଼ିଆରେ ଗତ କିଛି ଦିନ ଧରି ବିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହ(Vic-Kat wedding)କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ଦୀପିକା ପାଦୁକୋନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର Unarchive ଫଟୋ ପୋଷ୍ଟ କରି ଅତୀତକୁ ମନେ ପକାଇଛନ୍ତି । ଏହାପରେ କିଛି ନେଟିଜେନ୍ସ ଦୀପିକାଙ୍କୁ କରିଛନ୍ତି ଟାର୍ଗେଟ । ବିକି-କ୍ୟାଟଙ୍କ ବିବାହକୁ ନେଇ ବର୍ତ୍ତମାନ 'ଏହା ତୁମ ମୁହୂର୍ତ୍ତ' ନୁହେଁ ବୋଲି କହିଛନ୍ତି ।

୨୦୨୦ ମସିହା NCB ଘଟଣା ପରେ ଅଭିନେତ୍ରୀ ଦୀପିକା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ପୋଷ୍ଟଗୁଡିକୁ ହଟାଇ ଦେବା ସହିତ ଏତେଟା ଆକ୍ଟିଭ ରହୁନଥିଲେ । ଏହାପରେ ସେ ଚଳିତ ବର୍ଷ ଜାନୁଆରୀ ମାସରେ ଇନଷ୍ଟାଗ୍ରାମରେ କିଛି ପୋଷ୍ଟ କରିବା ଆରମ୍ଭ କରିଥିଲେ । କିନ୍ତୁ ପୂର୍ବାପେକ୍ଷା ସୋସିଆଲ ମିଡ଼ିଆରେ ଅଧିକ ଆକ୍ଟିଭ ରହୁନଥିଲେ ଦୀପିକା । କିନ୍ତୁ ଆଶ୍ଚର୍ଯ୍ୟର କଥା ବିକି ଓ କ୍ୟାଟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦୀପିକା ଇନଷ୍ଟାଗ୍ରାମରେ ନିଜ ବିବାହର Unarchive ଫଟୋ ସେୟାର କରିଛନ୍ତି । ଇଟାଲୀରେ ଆକ୍ଟର ରଣବୀରଙ୍କ ସହିତ କରିଥିବା ଡେଷ୍ଟିନେସନ ୱେଡିଙ୍ଗର ମଧ୍ୟ ଫଟୋ ସହିତ ବିବାହର ନିମନ୍ତ୍ରଣ ପତ୍ରକୁ ମଧ୍ୟ ସେୟାର କରିଛନ୍ତି ।

ଏହାକୁ କିଛି ନେଟିଜେନ୍ସ କରିଛନ୍ତି ଟାର୍ଗେଟ । ବିକି ଓ କ୍ୟାଟଙ୍କ ବିବାହ ଦୀପିକାଙ୍କୁ ନିଜ ବିବାହ ମୁହୂର୍ତ୍ତକୁ ମନେ ପକାଇ ଦେଇଛି ବୋଲି ସେ କହିଛନ୍ତି । ଆଉ କିଛି ନେଟିଜେନ୍ସ 'ବର୍ତ୍ତମାନ ଏହା ତୁମ ମୁହୂର୍ତ୍ତ' ନୁହେଁ ବୋଲି ମଧ୍ୟ କହିଛନ୍ତି । ଦୀପିକା ଫ୍ୟାନ୍ସଙ୍କ ଧ୍ୟାନକୁ ନିଜ ଆଡ଼କୁ ଆଣିବା ପାଇଁ ଏପରି ଫଟୋକୁ ସେୟାର କରୁଛନ୍ତି ବୋଲି କିଛି ନେଟିଜେନ୍ସ କହିଛନ୍ତି । ଜଣେ ସୋସିଆଲ ମିଡ଼ିଆ ୟୁଜର୍ସ ଲେଖିଛନ୍ତି ଯେ ଦୀପିକା 'ବଚ୍ଚୋ ବାଲି ହରକତ୍‌' ବା ଛୋଟ ପିଲାଙ୍କ ପରି କାର୍ଯ୍ୟ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details