ହାଇଦ୍ରାବାଦ: ଚଳିତ ବର୍ଷ ଜାନୁଆରୀରେ ବଲିଉଡର ମସ୍ତାନୀ ଦୀପିକା ପାଦୁକୋନ ଷ୍ଟାରର 'ଦ ଇଣ୍ଟରନ'ର ହିନ୍ଦୀ ରିମେକ୍ ର ଘୋଷଣା କରାଯାଇଥିଲା । ଯେଉଁଥିରେ ସ୍ବର୍ଗତ ଅଭିନେତା ଋଷି କପୁର ଏବଂ ଦୀପିକା ମୁଖ୍ୟ ଭୂମିକାରେ ଅଭିନୟ କରିବାର ଥିଲା । ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଥିଲା କିନ୍ତୁ କୋରୋନା ହେତୁ ସୁଟିଂ ହୋଇପାରିନଥିଲା । ଏଥିସହିତ ଋଷି ଜୀ ବିଶ୍ବକୁ ଅଲବିଦା ଜଣାଇଛନ୍ତି ।
'ଦ ଇଣ୍ଟରନ' ର ହିନ୍ଦୀ ରିମେକ୍ ରେ ଋଷି ରୋବର୍ଟ ଡି ନିରୋ ଭୂମିକାରେ ଅଭିନୟ କରିବାର ଥିଲା ।