ମୁମ୍ବାଇ: କୋରୋନା ଭାଇରସର ବଢୁଥିବା ପ୍ରକୋପ ପାଇଁ ଜନସାଧାରଣଠୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ସୁରକ୍ଷିତ ରହିବାକୁ ଚେଷ୍ଟା ଚଳାଇଛନ୍ତି । ଏହି ଭାଇରସ ପାଇଁ ଅନେକ ଫିଲ୍ମର ସୁଟିଂ, ବଡ ବଡ ଇଭେଣ୍ଟ ସବୁ ରଦ୍ଦ କରାଯାଇଛି । ସେହିପରି ସିନେମାଘର, ମଲ, ଜିମ, ସ୍ବିମିଂପୁଲ ମଧ୍ୟ ବନ୍ଦ କରିଦିଆଯାଇଛି।
ଲୋକଙ୍କୁ କୋରୋନା ଭାଇରସରୁ ବଞ୍ଚାଇବା ସହ ସଚେତ କରିବା ପାଇଁ ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ଭିଡିଓ ସେୟାର କରିବାରେ ଲାଗିଛନ୍ତି । ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ଦୀପିକା ପାଦୁକୋନ। ନିକଟରେ ଦୀପିକାଙ୍କୁ ବିଶ୍ବ ସ୍ବାସ୍ଥ୍ୟ ସଗଠନ(ଡବ୍ଲୁଏଚଓ) ତରଫରୁ ଦିଆଯାଇଥିବା ଏକ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ କୁହାଯାଇଥିଲା। ଯାହାକୁ ଏବେ ସେ ଗ୍ରହଣ କରିଛନ୍ତି ।