ମୁମ୍ବାଇ: ପପୁଲାର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ ଦେଖିବାକୁ ସବୁବେଳେ ବ୍ୟାକୁଳ ଥାଆନ୍ତି ଫ୍ୟାନ୍ସ । ସେ ଶେଷଥର ସଞ୍ଜୀୟ ଲୀଲା ଭଂସାଲୀଙ୍କ ସୁପରହିଟ୍ ଫିଲ୍ମ ‘ପଦ୍ମାବତ’ରେ ନଜର ଆସିଥିଲେ। ଆଉ ଖୁବଶୀଘ୍ର ସେ ଲୋକପ୍ରିୟ ନିର୍ମାତା ମେଘନା ଗୁଲଜାରଙ୍କ ଫିଲ୍ମ ‘ଛପାକ’ରେ ନଜର ଆସିବାକୁ ଯାଉଛନ୍ତି । ବିବାହ ପରେ ଦୀପିକାଙ୍କ ଏହା ପ୍ରଥମ ଫିଲ୍ମ । ଯାହାର ସୁଟିଂ ସେ ଦିଲ୍ଲୀରେ ପୁରା କରିଥିଲେ। ଆସନ୍ତା ବର୍ଷ ଜାନୁଆରୀ 10ରେ ରିଲିଜ ହେବ ‘ଛପାକ’ । ଏବେ ଫ୍ୟାନ୍ସ ଫିଲ୍ମର ଟ୍ରେଲର ଦେଖିବାକୁ ଉତ୍ସାହିତ।
ଡିସେମ୍ବରରେ ଆସିବ ‘ଛପାକ’ ର ଦମଦାର ଟ୍ରେଲର - ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ ଛପାକ
ବକ୍ସ ଅଫିସରେ ମୁହାଁମୁହିଁ ହେବ ଦୀପିକା ପାଦୁକୋନଙ୍କ ‘ଛପାକ’ ଓ ଅଜୟଙ୍କ ‘ତାନାଜୀ’। ଆସନ୍ତା ବର୍ଷ 10ରେ ରିଲିଜ ହେବାକୁ ଯାଉଛି ଏହି ଦୁଇ ଫିଲ୍ମ। ଇତିମଧ୍ୟରେ ଫିଲ୍ମ ‘ଛପାକ’ ର ଟ୍ରେଲର ରିଲିଜ ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ଏକ୍ସାଇଟେଡ ଦର୍ଶକ।
ଇତିମଧ୍ୟରେ ଏକ ଗୁଡନ୍ୟୁଜ ସାମ୍ନାକୁ ଆସିଯାଇଛି । ଯାହା ଶୁଣି ଖୁସି ହୋଇଯିବେ ଦର୍ଶକ। ଆଜ୍ଞା ହଁ, ‘ଛପାକ’ର ଟ୍ରେଲର ଆସନ୍ତା ମାସରେ ରିଲିଜ ହେବାକୁ ଯାଉଛି । ନିକଟରେ ରିଲିଜ ହୋଇଥିବା ଫିଲ୍ମର ଫାଷ୍ଟ ଲୁକ ପୋଷ୍ଟରେ ଦୀପିକା ସମୂର୍ଣ୍ଣ ଭିନ୍ନ ଅବତାରରେ ନଜର ଆସିଥିଲେ ।
ପ୍ରକାଶ ଥାଉକି ମେଘନାଙ୍କ ନିର୍ମିତ ଏହି ଫିଲ୍ମ ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ କାହାଣୀକୁ ନେଇ ଆଧାରିତ । ଫିଲ୍ମରେ ଦୀପିକା, ଲକ୍ଷ୍ମୀଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମରେ ତାଙ୍କ ଭୂମିକା ନାମ ମାଳତୀ ରଖାଯାଇଛି । ଦୀପିକାଙ୍କ ବ୍ୟତୀତ ଫିଲ୍ମରେ ବିକ୍ରାନ୍ତ ମୈସୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ‘ଛପାକ’ ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ତାନାଜୀ’ ସହ ବକ୍ସ ଅଫିସରେ ମୁହାଁମୁହିଁ ହେବ । କାରଣ ଗୋଟିଏ ଦିନରେ ଏକାଠି ରିଲିଜ ହେବାକୁ ଯାଉଛି ଏହି ଦୁଇ ଫିଲ୍ମ ।