ଓଡିଶା

odisha

ETV Bharat / sitara

ବଜାରରେ ମିଳିଲା ପଦ୍ମାବତୀ କଣ୍ଢେଇ, ଭାଇରାଲ ଫଟୋ

ସୋସିଆଲ ମିଡିଆରେ ପୁଣି ଛାଇଲେ ପଦ୍ମାବତୀ ଦୀପିକା ପାଦୁକୋନ। ହେଲେ ଏଥର କୌଣସି ଫିଲ୍ମକୁ ନେଇ ନୁହେଁ ପଦ୍ମାବତୀ ଡଲକୁ ନେଇ ଚର୍ଚ୍ଚାରେ ସେ । ଅଧିକ ପଢନ୍ତୁ...

deepika padukones doll
ଡିଜାଇନ ଫଟୋ

By

Published : Mar 5, 2020, 11:25 PM IST

ମୁମ୍ବାଇ: ଫେମସ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପଦ୍ମାବତୀ ଲୁକ ଆଜି ମଧ୍ୟ ଦର୍ଶକଙ୍କ ମନ କିଣୁଛି। ଏବେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଗୁଡନ୍ୟୁଜ ସାମ୍ନାକୁ ଆସିଛି। ବର୍ତ୍ତମାନ ବଜାରରେ ବଢିଚାଲିଛି ପଦ୍ମାବତୀ କଣ୍ଢେଇର ଚାହିଦା। ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ସାହି ପୋଷାକ ଓ ଅଳଙ୍କାର ପିନ୍ଧିଛି ଏହି କଣ୍ଢେଇ । ଯେମିତି ଦୀପିକା ଫିଲ୍ମ ପଦ୍ମାବତରେ ପିନ୍ଧିଥିଲେ । ଅବିକଳ ପଦ୍ମାବତୀ ଲୁକରେ ତିଆରି କରାଯାଇଛି ଏହି କଣ୍ଢେଇକୁ ।

ଫଟୋ ସୌଜନ୍ୟ: ଟ୍ବିଟର@ଫ୍ୟାନକ୍ଲବ

ପ୍ରକାଶ ଥାଉକି ଫିଲ୍ମ ‘ପଦ୍ମାବତ’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ଲୋକପ୍ରିୟ ନିର୍ମାତା ସଞ୍ଜୟ ଲୀଲା ଭନସାଲୀ। ଫିଲ୍ମରେ ଦୀପିକାଙ୍କ ବ୍ୟତୀତ ରଣବୀର ସିଂ ଓ ଶାହିଦ କପୁର ଅଭିନୟ କରିଥିଲେ। ଫିଲ୍ମରେ ରଣବୀର ଆଲ୍ଲାଉଦ୍ଦୀନ ଖିଲଜି ଭୂମିକାରେ ଅଭିନୟ କରିଥିବା ବେଳେ ଶାହିଦ ମହାରାୱଲ ରତନ ସିଂଙ୍କ ଭୂମିକାରେ ନଜର ଆସିଥିଲେ।

ସେହିପରି ଦୀପିକା ରାଣୀ ପଦ୍ମାବତୀ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ। ଫିଲ୍ମଟି ଅନେକ ବାଦବିବାଦ ପରେ ବକ୍ସ ଅଫିସରେ ରିଲିଜ ହୋଇଥିଲା। ଯାହା ବ୍ଲକବଷ୍ଟର ମଧ୍ୟ ସାବ୍ୟସ୍ତ ହୋଇଥିଲା। ପ୍ରକାଶ ଥାଉକି ଖୁବଶୀଘ୍ର ରଣବୀର ଓ ଦୀପିକାଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ରେ ନଜର ଆସିବେ। ବିବାହ ପରେ ଏହି ଦୁଇ କଳାକାରଙ୍କ ଏହା ପ୍ରଥମ ଫିଲ୍ମ । ଯାହାକୁ ନେଇ ଖୁବ୍ ଏକ୍ସାଇଟେଡ ଦର୍ଶକ।

ABOUT THE AUTHOR

...view details