ହାଇଦ୍ରାବାଦ:ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ଆକ୍ରୋଶର ଶିକାର ହେଲେ ବଲିଉଡ ଡିଭା ଦୀପିକା ପାଦୁକୋନ । ଅନ୍ତିମ ସଂସ୍କାରରେ ପିନ୍ଧିଥିବା ଡ୍ରେସକୁ ନିଲାମ ପାଇଁ ଦେବାରୁ ସେ ଏହି ଟ୍ରୋଲର ଶିକାର ହୋଇଛନ୍ତି । ସେ ନିଜ ୱେବସାଇଟରେ ୨ଟି କୁର୍ତ୍ତାକୁ ବିକ୍ରି ପାଇଁ ଦେଇଥିବା ଜଣେ ଟ୍ବିଟର ୟୁଜର କହିଛନ୍ତି ।
ଏହି ୨ଟି କୁର୍ତ୍ତା ମଧ୍ୟରୁ ସେ ଗୋଲାପୀ ରଙ୍ଗର କୁର୍ତ୍ତାକୁ ହାଉସଫୁଲ କୋ-ଷ୍ଟାର ଜିହା ଖାନଙ୍କ ଅନ୍ତିମ ସଂସ୍କାରରେ ୨୦୧୩ ମସିହାରେ ପିନ୍ଧିଥିଲେ । ଅନ୍ୟ ଏକ କୁର୍ତ୍ତାକୁ ସେ ପ୍ରିୟଙ୍କା ଚୋପ୍ରାଙ୍କ ବାପାଙ୍କ ଅନ୍ତିମ ସଂସ୍କାରରେ ପିନ୍ଧିଥିଲେ । ୨୦୧୩ ମସିହାର ଏହି କୁର୍ତ୍ତାକୁ ସେ ନିଜ ୱେବସାଇଟରେ ବିକ୍ରି ପାଇଁ ପକାଇଛନ୍ତି । ଯାହା ଉକ୍ତ ଟ୍ବିଟର ୟୁଜରଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ବୋଲି ସେ ଲେଖିଛନ୍ତି । ଦୀପିକା ଏହି ପୋଷାକ ବିକ୍ରି କରି ନିଜ NGO ସଂସ୍ଥା 'Live Love Laugh' ପାଇଁ ଅର୍ଥ ସଂଗ୍ରହ କରନ୍ତି । ତେବେ ଏହି ସଂସ୍ଥା ମାନସିକ ବିଷାଦଗ୍ରସ୍ତ ରୋଗୀଙ୍କୁ ଚିକିତ୍ସା କରାଯାଇଥାଏ । ଏହି ଅର୍ଥ ଲାଗି ସେ ନିଜ ପୋଷାକକୁ ବିକ୍ରି କରନ୍ତି ।