ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ସମୟ ଅତିବାହିତ କରିବା ପାଇଁ ଅନେକ ଲୋକ ଅନେକ ଜିନିଷର ସାହାଯ୍ୟ ନେଇଥାନ୍ତି । ଅନେକ ମ୍ୟୁଜିକ ବା ସଙ୍ଗୀତଙ୍କୁ ବି ନିଜର ସାଥି ଭାବେ ବାଛି ନିଅନ୍ତି । ସେହିପରି ବଲିଉଡ ମସ୍ତାନୀ ଦୀପିକା ପାଦୁକୋନ ମଧ୍ୟ ଲକଡାଉନ୍ ସମୟରେ ମ୍ୟୁଜିକକୁ ନିଜ ସାଥି କରି ନେଇଛନ୍ତି ଓ ଏହି ସମୟରେ ସହାୟତା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।
ଲକଡାଉନରେ ‘ମ୍ୟୁଜିକ୍’ ସହ ସମୟ ବିତାଉଛନ୍ତି ବଲିଉଡ ମସ୍ତାନୀ - ‘ମ୍ୟୁଜିକ୍’ ସହ ସମୟ ବିତାଉଛନ୍ତି ବଲିଉଡ ମସ୍ତାନୀ
ଅନେକ ମ୍ୟୁଜିକ ବା ସଙ୍ଗୀତଙ୍କୁ ବି ନିଜର ସାଥି ଭାବେ ବାଛି ନିଅନ୍ତି । ସେହିପରି ବଲିଉଡ ମସ୍ତାନୀ ଦୀପିକା ପାଦୁକୋନ ମଧ୍ୟ ଲକଡାଉନ୍ ସମୟରେ ମ୍ୟୁଜିକକୁ ନିଜ ସାଥି କରି ନେଇଛନ୍ତି ।

ବଲିଉଡ ମସ୍ତାନୀ
ପିକୁ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ନିଜ ପିଆନୋର ଏକ ଫଟୋ ସେୟାର କରି ଯାଇ ମ୍ୟୁଜିକକୁ ସମସ୍ତ ଶ୍ରେୟ ଡେଡିକେଟ୍ କରିଥିଲେ । ପିଆନୋ ବିନା ଦୀପିକାଙ୍କ ଜୀବନ ଏକଦମ୍ ଅସମ୍ପୂର୍ଣ୍ଣ ବୋଲି ସେ ଇନଷ୍ଟାରେ ଲେଖିଛନ୍ତି । ସେ ଲେଖିଥିଲେ, ‘ଜୀବନ କଣ ? ମ୍ୟୁଜିକ୍ ଓ ଡ୍ୟାନ୍ସ ବିନା ଆମେ କଣ ? ତେଣୁ ମୁଁ ମ୍ୟୁଜିକକୁ ଧନ୍ୟବାଦ ଦେଉଛି’ ।