ଓଡିଶା

odisha

ETV Bharat / sitara

କୋରୋନା କବଳରେ ମସ୍ତାନୀ - କୋରୋନା କବଳରେ ମସ୍ତାନୀ

ଦେଶରେ କୋରୋନାର ଦ୍ବିତୀୟ ଲହରରେ ସଂକ୍ରମିତ ହେବାରେ ଲାଗିଛନ୍ତି ଅନେକ ସେଲିବ୍ରିଟି । ଏବେ କୋରୋନା କବଳରେ ବଲିଉଡର ମସ୍ତାନୀ ଦୀପିକା । ଅଧିକ ପଢନ୍ତୁ...

deepika-padukone-tests-positive-for-covid-19-after-her-father-prakash-padukone-and-family-is-diagnosed-with-the-virus
କୋରୋନା କବଳରେ ମସ୍ତାନୀ

By

Published : May 4, 2021, 10:59 PM IST

ନୂଆଦିଲ୍ଲୀ: କୋରୋନା କବଳରେ ବଲିଉଡର ମସ୍ତାନୀ ଅଭିନେତ୍ରୀ ଦୀପିକା ପାଦୁକୋନ । ତାଙ୍କର କୋରୋନା ରିପୋର୍ଟ ପଜିଟିଭ ବାହାରିଛି । ବର୍ତ୍ତମାନ ସେ ପରିବାର ସହିତ ବେଙ୍ଗାଲୁରୁରେ ଅଛନ୍ତି ।

ଏହା ପୂର୍ବରୁ ଦୀପିକାଙ୍କ ପିତା ପ୍ରକାଶ ପାଦୁକୋନ, ମା’ ଏବଂ ଭଉଣୀ ଅନିଶା ପାଦୁକୋନଙ୍କ କୋରୋନା ପଜିଟିଭ ବୋଲି ଜଣାପଡିଥିଲା ।

ଦୀପିକାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବାକି ବିବରଣୀକୁ ଅପେକ୍ଷା କରାଯାଇଛି ।

ଗତ ମାସରେ ରଣଭୀର ସିଂ ଏବଂ ଦୀପିକାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ପରିବାର ସହିତ କିଛି ସମୟ ବିତାଇବା ପାଇଁ ସେ ବାଙ୍ଗାଲୋର ଯାଇଥିଲେ।

ଦୀପିକାଙ୍କ ପିତା ବର୍ତ୍ତମାନ ବାଙ୍ଗାଲୋରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ପ୍ରକାଶ ଥାଉ ଯେ,ନିକଟରେ ବି-ଟାଉନର ପଦ୍ମାବତୀ ଦୀପିକା କୋରୋନାର ବଢୁଥିବା ପ୍ରକୋପ ଦେଖି ମାନସିକ ସ୍ବାସ୍ଥ୍ୟ ସମସ୍ତଙ୍କ ଠିକ୍ ରଖିବା ପାଇଁ ହେଲ୍ପଲାଇନ ନଂ ସେୟାର କରିଛନ୍ତି । କାରଣ ସେ ଦୀର୍ଘ ସମୟରୁ ଲିଭ ଲଭ ଲାଫ୍ ଫାଉଣ୍ଡସେନ ଜରିଆରେ ଲୋକଙ୍କ ମାନସିକ ସ୍ବାସ୍ଥ୍ୟବସ୍ଥା ଉପରେ କାମ କରିଆସୁଛନ୍ତି । ଆଉ ଦେଶର ବର୍ତ୍ତମାନ ପରିସ୍ଥିତିକୁ ନେଇ ଚିନ୍ତାରେ ଆସୁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ସେ ସାମ୍ନାକୁ ଆସିଛନ୍ତି ।

ABOUT THE AUTHOR

...view details