ଓଡିଶା

odisha

ETV Bharat / sitara

ପିଲାଦିନର ଫଟୋ ସେୟାର କଲେ ଦୀପିକା, କହିଲେ- 'ମୁଁ ଇନ୍ଦିରାନଗରର ଗୁଣ୍ଡି' - deepika-shares-her-childhood-photo

ଏବେ ଦୀପିକା ତାଙ୍କ ପିଲାଦିନର ଏକ ଫଟୋ ସେୟାର କରିଛନ୍ତି ଯାହା ପ୍ରଶଂସକଙ୍କ ବେଶ ଦୃଷ୍ଟି ଆକର୍ଷଣ କରୁଛି । ଅଧିକ ପଢନ୍ତୁ...

deepika-padukone-shares-her-childhood-photo
ପିଲାଦିନର ଫଟୋ ସେୟାର କଲେ ଦୀପିକା,କହିଲେ- 'ମୁଁ ଇନ୍ଦିରାନଗରର ଗୁଣ୍ଡି'

By

Published : Apr 10, 2021, 7:41 PM IST

Updated : Apr 10, 2021, 7:53 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଇଣ୍ଡଷ୍ଟ୍ରିରେ ପାଦ ଦେବା ପରଠାରୁ କେବେ ମଧ୍ୟ ପଛକୁ ଚାହିଁ ନାହାଁନ୍ତି । ସେ ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି ।

ଏହା ସହିତ ଦୀପିକା ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି । ସେ ସର୍ବଦା ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥାନ୍ତି ।

ଏବେ ଦୀପିକା ତାଙ୍କ ପିଲାଦିନର ଏକ ଫଟୋ ସେୟାର କରିଛନ୍ତି, ଯାହା ପ୍ରଶଂସକଙ୍କ ବେଶ ଦୃଷ୍ଟି ଆକର୍ଷଣ କରୁଛି ।

ଶନିବାର ଦିନ ଦୀପିକା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ପିଲାଦିନର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଆପଣ ଦେଖିପାରିବେ ଯେ ସେ ବସିଛନ୍ତି ଏବଂ ଫଟୋରେ ସେ ବହୁତ କ୍ୟୁଟ ଦେଖାଯାଉଛନ୍ତି ।

ଫଟୋ ସହିତ କ୍ୟାପସନରେ ଦୀପିକା ଲେଖିଛନ୍ତି, 'ମୁଁ ଇନ୍ଦିରାନଗରର ଗୁଣ୍ଡି!' ଅଭିନେତ୍ରୀ ଏହା ସହିତ ଏକ ଲାଫିଙ୍ଗ ଇମୋଜି ଦେଇଛନ୍ତି ଏବଂ ମାମା ପାଦୁକୋନଙ୍କ ଦ୍ବାରା ଫଟୋ କ୍ଲିକ୍ କରାଯାଇଛି ବୋଲି କହିଛନ୍ତି ।

ବାସ୍ତବରେ, ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କପ୍ତାନ ରାହୁଲ ଦ୍ରାବିଡଙ୍କ ଏକ ବିଜ୍ଞାପନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଥିଲା, ଯେଉଁଥିରେ ସେ ରାଗି କରି କାରର ବାହାରକୁ ବାହାରି ଚିତ୍କାର କରି, ମୁଁ ଇନ୍ଦିରାନଗରର ଗୁଣ୍ତା ବୋଲି କହୁଥିବାର ନଜର ଆସିଥିଲେ । ଏଥିରୁ ଜଣାପଡୁଛି ଯେ ଦ୍ରାବିଡଙ୍କ ଏହି ଭାଇରାଲ୍ ମିମ୍ ଦ୍ବାରା ଦୀପିକା ମଧ୍ୟ ପ୍ରଭାବିତ ହୋଇଛନ୍ତି ।

ନିକଟରେ ଦୀପିକାଙ୍କ ଏକ ୱେବସାଇଟ୍ ଲଞ୍ଚ ହୋଇଥିଲା।

ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ଦୀପିକା ଫିଲ୍ମ '83' ରେ ନଜର ଆସିବେ ।

Last Updated : Apr 10, 2021, 7:53 PM IST

ABOUT THE AUTHOR

...view details