ଓଡିଶା

odisha

By

Published : Jun 5, 2020, 12:43 PM IST

ETV Bharat / sitara

କାନ୍ସ ଫେଷ୍ଟିଭାଲରେ ସାମିଲ ହେବାକୁ ଆକୁଳ ଦୀପିକା, ଭିଡିଓ ଭାଇରାଲ

ନିଜର ପୁରୁଣା ଫଟୋ, ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ଖୁସ କରିବାରେ ଲାଗିଛନ୍ତି ଦୀପିକା । ଏଥର ମଧ୍ୟ ଭାଇରାଲ ହେଉଛି ତାଙ୍କ ଥ୍ରୋବ୍ୟାକ ଭିଡିଓ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ମୁମ୍ବାଇ: ଲକଡାଉନରେ ଅଧିକାଂଶ ସେଲିବ୍ରିଟି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ନଜର ଆସୁଛନ୍ତି । ଆଉ ନିଜ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ନିଜର ପୁରୁଣା ଫଟୋ, ୱାର୍କଆଉଟ ଭିଡିଓ ଇତ୍ୟାଦି ସେୟାର କରିବାରେ ଲାଗିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ବି-ଟାଉନର ପଦ୍ମବତୀ ଦୀପିକା ପାଦୁକୋନ । ଏବେ ତାଙ୍କର ଏକ ଥ୍ରୋବ୍ୟାକ ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଭିଡିଓଟି କାନ୍ସ ଫିଲ୍ମ ଫେଷ୍ଟିଭାଲ ସମୟର ।

ଦୀପିକା ନିଜେ ଇନଷ୍ଟାଗ୍ରାମରେ ଏହି ଭିଡିଓଟିକୁ ସେୟାର କରିଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ଗ୍ରୀନ ରୁମ shenanigans’। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଦୀପିକା ବାଥରୋବ ପିନ୍ଧି ଆଇନାରେ ନିଜକୁ ଦେଖି ଡାନ୍ସ କରୁଥିବାର ନଜର ଆସୁଛନ୍ତି । ତାଙ୍କର ଏହି ଲୁକ୍ସ ଗତ ବର୍ଷର କାନ୍ସ ଫିଲ୍ମ ଫେଷ୍ଟିଭାଲର । ଯେବେ ସେ ଇଭେଣ୍ଟରେ ଯୋଗ ଦେବା ପାଇଁ ମେକଅପ ହୋଇଥିଲେ ।

ପ୍ରକାଶ ଥାଉକି ସ୍ବାମୀ ତଥା ଅଭିନେତା ରଣବୀର ସିଂଙ୍କ ସହ ତାଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ ଗତ ଏପ୍ରିଲ 10ରେ ରିଲିଜ ହୋଇଥାଆନ୍ତା । ହେଲେ ଲକଡାଉନ ପାଇଁ ଫିଲ୍ମର ରିଲିଜକୁ ସ୍ଥଗିତ ରଖାଯାଇଛି । କବୀର ଖାନଙ୍କ ଏହି ଫିଲ୍ମଟି କ୍ରିକେଟ ଲେଜେଣ୍ଡ କପିଲ ଦେବଙ୍କ ଜୀବନ କାହାଣୀକୁ ନେଇ ଆଧାରିତ । ଯେଉଁଥିରେ 1983ରେ ଭାରତ ପ୍ରଥମଥର ବିଶ୍ବକପ ଜିତିବା କାହାଣୀ ପର୍ଯ୍ୟବେଶିତ କରାଯାଇଛି ।

ABOUT THE AUTHOR

...view details