ଓଡିଶା

odisha

ETV Bharat / sitara

ଦୀପିକାଙ୍କ ଫୋନରେ ରଣବୀରଙ୍କ ନମ୍ବର ଏହି ନାଁରେ ହୋଇଛି ସେଭ୍, ଜାଣନ୍ତୁ - ଦୀପିକାଙ୍କ ଫୋନରେ ରଣବୀରଙ୍କ ନମ୍ବର

ଦୀପିକା ପାଦୁକୋନ ସୋସିଆଲ ମିଡିଆରେ ତାଙ୍କ ଫୋନର ଏକ ସ୍କ୍ରିନସଟ ସେୟାର କରିଛନ୍ତି । ଯାହା ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ଏହି ସ୍କ୍ରିନସଟ ତାଙ୍କ ପରିବାର ଗ୍ରୁପର ଅଟେ । ଏଥିରୁ ଜଣାପଡିଛି, ଦୀପିକାଙ୍କ ଫୋନରେ ରଣବୀର ସିଂଙ୍କ ନମ୍ବର 'ହ୍ୟାଣ୍ଡସମ' ନାମରେ ସେଭ୍ ହୋଇଛି । ଅଧିକ ପଢନ୍ତୁ...

deepika padukone shared family whatsapp group chat and revealed ranveer singh name
ଦୀପିକାଙ୍କ ଫୋନରେ ରଣବୀରଙ୍କ ନମ୍ବର ଏହି ନାଁରେ ହୋଇଛି ସେଭ୍, ଜାଣନ୍ତୁ

By

Published : May 30, 2020, 7:56 PM IST

ମୁମ୍ବାଇ: ଲକଡାଉନରେ ବଲିଉଡର ସମସ୍ତ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ଏହା ମାଧ୍ୟମରେ, ସେଲିବ୍ରିଟିମାନେ ତାଙ୍କ ପ୍ରଶଂସକଙ୍କ ସହିତ ଜଡିତ ରହୁଛନ୍ତି ।

ଏହି ସମୟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଫୋନର ଏକ ସ୍କ୍ରିନସଟ ସେୟାର କରିଛନ୍ତି । ଯାହା ଖୁବ ଶୀଘ୍ର ଭାଇରାଲ ହେଉଛି । ସ୍କ୍ରିନସଟ ସହିତ କ୍ୟାପସନରେ ଦୀପିକା ଲେଖିଛନ୍ତି, 'ଅର କୁଛ ଇସତରହା ସେ ହମ୍ ଚିଜୋକୋ ଆଗେ ବଢାତେ ହେ' ।

ପରିବାର ଗ୍ରୁପର ସ୍କ୍ରିନସଟ ସେୟାର କରି ଦୀପିକା କହିଛନ୍ତି, ଯେତେବେଳେ ପରିବାରରେ କାହାର ଜନ୍ମଦିନ ଆସିଥାଏ, ସେତେବେଳେ ଆମେ ସବୁ ଏହିପରି ଭାବେ ପାଳନ କରିଥାଉ । ବେଳେବେଳେ ଯେତେବେଳେ ପରିବାରରେ କୌଣସି ସଦସ୍ୟ କିଛି ଭୁଲ କରିଥାଏ, ଏହି ସମୟରେ ପରିବାରର ଅନ୍ୟ ସଦସ୍ୟଙ୍କ ଠାରୁ ଆମେ ସଠିକ ମତାମତ ମଧ୍ୟ ପାଇଥାଉ । ଏହା ଆମ ପାଇଁ ସବୁଠାରୁ ମୂଲ୍ୟବାନ ଅଟେ ।

ଏହି ସ୍କ୍ରିନସଟ ପୋଷ୍ଟରୁ ଆଉ ଏକ ଖୁଲାସା ହୋଇଛି । ଏଥିରୁ ଜଣାପଡିଛି, ଦୀପିକାଙ୍କ ଫୋନରେ ରଣବୀର ସିଂଙ୍କ ନମ୍ବର 'ହ୍ୟାଣ୍ଡସମ' ନାମରେ ସେଭ୍ ହୋଇଛି ।

ଏହି ଦମ୍ପତି ବଲିଉଡର ପ୍ରସିଦ୍ଧ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ । ସୋସିଆଲ ମିଡିଆରେ ଦୁହେଁ ପରସ୍ପରର ଫଟୋ ଏବଂ ଭିଡିଓ ଉପରେ ମନ୍ତବ୍ୟ ଦେଉଥିବାର ନଜର ଆସିଛନ୍ତି ।

ନିକଟରେ ଦୀପିକା ଏକ ବୁମେରଙ୍ଗ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ରଣବୀରଙ୍କୁ କିସ ଦେଉଥିବାର ନଜର ଆସିଥିଲେ ।

ପରବର୍ତ୍ତୀ ସମୟରେ ଦୀପିକା ଏବଂ ରଣବୀର ଫିଲ୍ମ '83' ରେ ନଜର ଆସିବେ । ଯାହା 1983 ମସିହାର ବିଶ୍ୱକପ ଉପରେ ଆଧାରିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details