ଓଡିଶା

odisha

ETV Bharat / sitara

'ମୋ ଛୁଆ' କହି ସ୍ବାମୀଙ୍କୁ ସମ୍ବୋଧିତ କଲେ ଦୀପିକା - ranveer singh

ନିକଟରେ 34 ବର୍ଷରେ ପଦାର୍ପଣ କରିଥିବା ରଣବୀରଙ୍କୁ ବର୍ତ୍ତମାନ ସୋସିଆଲ ମିଡିଆରେ ଆଇସକ୍ରିମ ଖାଉଥିବାର ଦେଖିବାକୁ ମିଳୁଛି । ଯାହା ଉପରେ ଦୀପିକା ଦେଇଛନ୍ତି ମଜାଦାର କମେଣ୍ଟ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ

By

Published : Jul 8, 2019, 9:23 AM IST

ମୁମ୍ବାଇ: ଏନର୍ଜେଟିକ ଆକ୍ଟର ରଣବୀର ସିଂଙ୍କ ଅନ୍ଦାଜ ସମସ୍ତଙ୍କ ଠାରୁ ହଟକେ । ସେ ଯାହା ବି କରନ୍ତି ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଥାଏ । ଜୁଲାଇ 6ରେ 34 ବର୍ଷରେ ପାଦ ଥାପିଥିବା ରଣବୀର ବର୍ଫ ଗୋଲା ଖାଉଥିବାର ଗୋଟିଏ ଫଟୋ ସୋସିଆଲ ମିଡିଆରେ ବର୍ତ୍ତମାନ ଘୁରି ବୁଲୁଛି । ଯାହାକୁ ସେୟାର କରିଛନ୍ତି ତାଙ୍କ ପତ୍ନୀ ଦୀପିକା ପାଦୁକୋନ ।

ସବୁଠାରୁ ମଜାଦାର କଥା ହେଲା କି ଏହି ଫଟୋଟି ରଣବୀରଙ୍କ ପିଲା ବେଳର । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ସେୟାର କରି ଦୀପିକା ଲେଖିଛନ୍ତି, "ସମ୍ବେଦନଶୀଳ ଏବଂ ଇମୋଶନାଲ, ଦାୟିତ୍ବବାନ ଲୋକ, ଦୟାଳୁ ଏବଂ ଜେଣ୍ଟେଲ, ଫନି ଏବଂ ଇଣ୍ଟେଲେଜେଣ୍ଟ ସବ ଗୁଣ ତୁମ ପାଖରେ, ଏହାଠାରୁ ମଧ୍ୟ ଅଧିକ ତୁମେ । ମୋ ସ୍ବାମୀ, ବନ୍ଧୁ, ପ୍ରେମୀ, ବିଶ୍ବାସପାତ୍ର, ମୋ ଛୁଆ, ମୋର କୁନି ପିଲା, ମୋର ସନସାଇନ, ମୋର ଇନ୍ଦ୍ରଧନୁ, ସବୁବେଳେ ଏମିତି ରୁହ, ଆଇ ଲଭ ୟୁ ।"

ପ୍ରକାଶ ଥାଉକି ଏହି ଯୋଡି ସୋସିଆଲ ମିଡିଆରେ ପରସ୍ପର ପ୍ରତି ନିଜ ନିଜର ପ୍ରେମ ଜାହିର କରିବାରେ କେବେ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ଖାଲି ସୋସିଆଲ ମିଡିଆରେ ନୁହେଁ ସବୁ ସ୍ଥାନରେ ମଧ୍ୟ ଦୁଇଜଣଙ୍କ ନିବିଡ ପ୍ରେମ ଦେଖିବାକୁ ମିଳିଥାଏ ।

ଦୁଇଜଣ ବହୁ ପ୍ରତିକ୍ଷିତ ଫିଲ୍ମ '83'ରେ ବିବାହ ପରେ ଏକାଠି କାମ କରିବାକୁ ଯାଉଛନ୍ତି । 1983 ବିଶ୍ବକପ ଉପରେ ଆଧାରିତ ଏହି ଫିଲ୍ମରେ ଲେଜେଣ୍ଡ କପିଲ ଦେବଙ୍କ ଭୂମିକାରେ ରଣବୀର ନଜର ଆସିବାବେଳେ ଦୀପିକା, କପିଲଙ୍କ ପତ୍ନୀ ଭୂମିକାରେ ଦେଖାଯିବେ ।

ABOUT THE AUTHOR

...view details