ଓଡିଶା

odisha

ETV Bharat / sitara

ଦେଶୀଗର୍ଲଙ୍କୁ ପୁଣି ମାତ ଦେଲେ ଦୀପିକା

ନ୍ୟୁୟର୍କରେ ଆୟୋଜିତ ହୋଇଥିବା ଚଳିତ ବର୍ଷ ମେଟ ଗାଲା ଇଭେଣ୍ଟରେ ପ୍ରିୟଙ୍କା ଚୋପ୍ରାଙ୍କ ଲୁକକୁ ଫ୍ୟାନ୍ସ ଟ୍ରୋଲ କରିବାରେ ଲାଗିପଡିଛନ୍ତି । ଅନ୍ୟପଟେ ଦୀପିକାଙ୍କ ରାଜକୁମାରୀ ଲୁକରେ ପୁଣି ଦିୱାନା ହୋଇଛନ୍ତି ଫ୍ୟାନ୍ସ ।

By

Published : May 8, 2019, 3:17 AM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦୀପିକା ପାଦୁକୋନ ବଲିଉଡର ଟପ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପରେ ଦୀପିକା ହଲିଉଡ ଡେବ୍ୟୁ ହିଟ୍ ସାବ୍ୟସ୍ତ ହୋଇଥିଲେ । ନ୍ୟୁୟର୍କରେ ଚଳିତ ବର୍ଷର ମେଟ ଗାଲା ଇଭେଣ୍ଟ ଆୟୋଜିତ ହୋଇଯାଇଛି । ଯେଉଁଠାରେ ପ୍ରିୟଙ୍କାଙ୍କ ଲୁକକୁ ଫ୍ୟାନ୍ସ ଖୁବ୍ ଟ୍ରୋଲ କରିଛନ୍ତି, ସେହିଠାରେ ଦୀପିକାଙ୍କ ପ୍ରିନ୍ସେସ ଲୁକରେ ଫ୍ୟାନ୍ସ ଧୀରେ ଧିରେ ଦିୱାନା ହେବାରେ ଲାଗିଛନ୍ତି ।

ଦୀପିକା ମେଟ ଗାଲାରେ ଡିଜ୍ନି ରାଜକୁମାରୀ ଲୁକରେ ନଜର ଆସିଥିଲେ । ସେ ଡିଜାଇନର ଜ୍ୟାକ ପୋସନଙ୍କ ପିଙ୍କ ଗାଉନ ପିନ୍ଧିଥିଲେ । ଯେଉଁଥିରେ 3D ପ୍ରିଣ୍ଟର ଏମ୍ବ୍ରୋଡୋରୀର କାରୁକାର୍ଯ୍ୟ ହୋଇଥିଲା । ହାଇପୋନୀ ଏବଂ ଡାର୍କ ଲିପ୍ସରେ ଦୀପିକା ଏକଦମ ଇଣ୍ଡିଆନ ବାର୍ବି ଡଲ ପରି ଦେଖାଯାଉଥିଲେ ।

ଦୀପିକାଙ୍କ ଏହି ଲୁକ ଦେଖି ଫ୍ୟାନ୍ସ ପୁଣି ନିଜ ହୃଦୟ ହାରି ଦେଇଛନ୍ତି । ଟ୍ବିଟରରେ ୟୁଜର ଦୀପିକାଙ୍କ ଫଟୋ ଖୁବ୍ ସେୟାର କରିବା ସହ ଶାନଦାର କମେଣ୍ଟ କରିବାରେ ମଧ୍ୟ ଲାଗିପଡିଛନ୍ତି ।

ପ୍ରକାଶ ଥାଉକି, ଚଳିତବର୍ଷ ମେଟ ଗାଲା କ୍ୟାମ୍ପ: ନୋଟ୍ସ ଅନ ଫ୍ୟାଶନ ନାମକ ଥିମରେ ରଖାଯାଇଛି । ସୋମବାର ଆୟୋଜିତ ହୋଇଥିବା ଏହି ଇଭେଣ୍ଟରେ ଦୀପିକାଙ୍କ ବ୍ୟତିତ ପ୍ରିୟଙ୍କା ସ୍ବାମୀ ନିକ ଜୋନସଙ୍କ ସହ ନଜର ଆସିଛନ୍ତି । ଏହାସହ ସେଠାରେ ଇଣ୍ଡିଆନ ଅରିଜନ ୟୁଟ୍ୟୁବ ସେନ୍ସେସନ ଲିଲୀ ସିଂହ ମଧ୍ୟ ଦେଖାଯାଇଛନ୍ତି ।

ABOUT THE AUTHOR

...view details