ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ କ୍ବିଜ ଶୋ' 'କୌନ ବନେଗା କରୋଡ଼ ପତି' ବା KBCରେ ନଜର ଆସିବାକୁ ଯାଉଛନ୍ତି ବଲିଉଡ଼ ଡିଭା ଦୀପିକା ପାଦୁକୋନ । ଏହି ଶୋ' ପାଇଁ ୧୯ ହଜାର ଟଙ୍କା ମୂଲ୍ୟର ଶାଢୀ ପିନ୍ଧି ବେଶ ସୁନ୍ଦର ଦେଖାଯାଉଛନ୍ତି ଡିମ୍ପଲ ଗର୍ଲ ଦୀପିକା । ରବିବାର ଏହି ଶାଢୀ ପିନ୍ଧା ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।
ଦୀପିକା ଏକ ଗୋଲାପି ରଙ୍ଗର ଶାଢୀ ପିନ୍ଧି KBCକୁ ଯାଇଛନ୍ତି । ପାୟଲ ଖଣ୍ଡେଲୱାଲଙ୍କ ଡିଜାଇନ ହୋଇଥିବା ଶାଢୀ ପିନ୍ଧିଛନ୍ତି ଦୀପିକା । ଏହାସହିତ ସେ ଏକ ହାଲକା ମେକଅପ ନେବା ସହିତ କେଶକୁ ବାନ୍ଧିଛନ୍ତି ଏବଂ ଏକ ନୀଳ ରଙ୍ଗର କାନଫୁଲ ପିନ୍ଧିଛନ୍ତି । ଅତ୍ୟନ୍ତ ସାଧାରଣ ଲୁକ ନେଇଥିବା ବେଳେ ଡ୍ରିମି ଦେଖାଯାଉଛନ୍ତି ଦୀପିକା । ଦୀପିକାଙ୍କ ସହିତ ଫରାହ ଖାନ KBC ସିଜିନ ୧୩ର ସାନ୍ଦାର ଶୁକ୍ରବାରର ସ୍ବତନ୍ତ୍ର ଅତିଥି ଭାବେ ଶୋ' ରେ ନଜର ଆସିବାକୁ ଯାଉଛନ୍ତି ।