ହାଇଦ୍ରାବାଦ: ସୁପରଷ୍ଟାର ଶାହରୁଖ ଖାନ 'ପଠାନ' ଫିଲ୍ମ ଜରିଆରେ ବଡ ପରଦାକୁ ଫେରିବେ । ଯେଉଁଥିରେ ଜନ ଆବ୍ରାହମ୍, ଦୀପିକା ପାଦୁକୋନ, ଡିମ୍ପଲ କାପାଡିଆ ମଧ୍ୟ ଅଭିନୟ କରିବେ ବୋଲି ଜଣାଯାଇଛି । ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇନାହିଁ । ହେଲେ ଫିଲ୍ମ ପାଇଁ ଦୀପିକା ରବିବାର ଠାରୁ ସୁଟିଂ ଆରମ୍ଭ କରିଥିବା ଜଣାପଡିଛି ।
ଖବର ଅନୁଯାୟୀ, ଦୀପିକା 'ପଠାନ' ପାଇଁ ସୁଟିଂ ଆରମ୍ଭ କରିଛନ୍ତି । ରବିବାର ସକାଳେ ଫିଲ୍ମ ସେଟରୁ ତାଙ୍କ ଏକ ଚିତ୍ର ସାମ୍ନାକୁ ଆସିବା ପରେ ଦୀପିକା 'ପଠାନ' ସେଟରେ ଯୋଗ ଦେବା ଖବର ଭାଇରାଲ ହେବାରେ ଲାଗିଛି । ପିକୁ ଷ୍ଟାର ଦୀପିକା ସେଡ୍ୟୁଲ ଶେଷ ଯାଏଁ ଶାହାରୁଖଙ୍କ ସହ ସୁଟିଂ କରିବେ ଯାହାକି 15-20 ଦିନ ଯାଏଁ ଚାଲିବ ବୋଲି କୁହାଯାଉଛି । ୟସ୍ ରାଜ ଫିଲ୍ମ ତଥା ପଠାନ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମ ପ୍ରୋଜେକ୍ଟ ଉପରେ କୌଣସି ସୂଚନା ଦେଇନଥିବା ବେଳେ ଲାଟେଷ୍ଟ ଗୁଜବରୁ ଜଣାପଡିଛି ଯେ ଦୀପିକା ଏଥିରେ ଏକ ମାଇଣ୍ଡ ବ୍ଲୋଇଙ୍ଗ କ୍ୟାରେକ୍ଟରରେ ନଜର ଆସିବେ ।