ମୁମ୍ବାଇ: ସ୍ପେଶାଲ ଅନ୍ଦାଜରେ ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ ସୋମବାର ଫେବୃଆରୀ ମାସକୁ ସ୍ବାଗତ ଜଣାଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା । ସେପଟେ ଫ୍ୟାନ୍ସଙ୍କୁ ମଧ୍ୟ ତାଙ୍କ ଏହି ଅନ୍ଦାଜ ପସନ୍ଦ ଆସିଛି । ଆଉ ଏବେ ଭାଇରାଲ ହେବାରେ ଲାଗିଛି ତାଙ୍କ ନୂଆ ଫଟୋ ।
କଥାଟି ହେଲା ଯେ ସେ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ବ୍ଲଶ୍ ପିଙ୍କ୍ କୁର୍ତା ପିନ୍ଧି ଖୁବ୍ ଆକର୍ଷଣୀୟ ନଜର ଆସୁଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ଫେବୃଆରୀ ।’