ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ସ୍ୱାମୀ ରଣଭୀର ସିଂ ଏବଂ ପରିବାରଙ୍କ ସହ 'ଟିପିଏଲ-ଟାବୁ ପ୍ରିମିୟର ଲିଗ୍'ର ଏକ ସିରିଜ୍ ଖେଳି ସମୟ ଅତିବାହିତ କରୁଛନ୍ତି ।
'ତମାଶା' ଅଭିନେତ୍ରୀ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଏହାସହିତ ସେ କହିଛନ୍ତି ଯେ, ଏହି ବୋର୍ଡ ଗେମ ବହୁତ କଷ୍ଟକର ଅଟେ । ମୁଁ ରଣଭୀର ଏବଂ ମୋ ପରିବାର ସହିତ 'ଟିପିଏଲ୍-ଟାବୁ ପ୍ରିମିୟର ଲିଗ୍' ଖେଳି ସମୟ ବିତାଉଛନ୍ତି ।
'ଛପାକ୍' ଅଭିନେତ୍ରୀ ଚଳିତ ମାସ ଆରମ୍ଭରେ ରଣଭୀରଙ୍କ ଜନ୍ମଦିନ ପାଳନ କରିଥିଲେ । ଯାହାର ଫଟୋ ସେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ମଧ୍ୟ ସେୟାର କରିଥିଲେ ।