ମୁମ୍ବାଇ: ଗତ ବର୍ଷ ବଲିଉଡରେ ମି ଠୁ ନିଆଁ ଏମିତି ଲାଗିଥିଲା ଯେ ଅନେକ ଅଭିନେତାଙ୍କୁ ନିଜ ସମ୍ମାନ ହରାଇବାକୁ ପଡିଥିଲା । ତନୁଶ୍ରୀ ଦତ୍ତାଙ୍କ ଠାରୁ ବଲିଉଡରେ ଆରମ୍ଭ ହୋଇଥିବା ମି ଠୁ ଅଭିଯାନ ଜରିଆରେ ଅନେକ ଅଭିନେତ୍ରୀ ନିଜ ଯୌନ ଶୋଷଣ ବିରୋଧରେ ସ୍ବର ଉଠାଇଥିଲେ । ଏବର୍ଷ ଦଶହରା ଅବସରରେ ଲୋକପ୍ରିୟ ଗାୟିକା ସୋନା ମହାପାତ୍ର ପୁଣିଥରେ ମି ଠୁ ଅଭିଯାନ ସୋସିଆଲ ମିଡିଆରେ ଆରମ୍ଭ କରିଥିଲେ । ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ ।
ସେ ପ୍ରଶ୍ନ କରିଛନ୍ତି ଯେ କାହିଁକି କେହି ସ୍ପୋର୍ଟ୍ସ ବ୍ୟକ୍ତିତ୍ବଙ୍କୁ ଯୌନ ଶୋଷଣ ବିଷୟରେ ପଚାରୁନାହାଁନ୍ତି । ଏକ ସାକ୍ଷାତକାରରେ ଯୋଗ ଦେଇ ଏହି କଥାର ଆଲୋଚନା କରିଥିଲେ ଦୀପିକା। ସେ କେବେ ମଧ୍ୟ ଦେଖିନାହାଁନ୍ତି କି କେହି ମଧ୍ୟ କ୍ରିକେଟରଙ୍କୁ ମି ଠୁ ଅଭିଯାନ ବିଷୟରେ କହିବାର । କିନ୍ତୁ ସବୁ ଅଭିନେତାଙ୍କୁ ଏହା ବିଷୟରେରେ ପଚାରାଯାଉଛି ।