ଓଡିଶା

odisha

ETV Bharat / sitara

କାର୍ତ୍ତିକଙ୍କ ଠାରୁ ‘ଧିମେ ଧିମେ’ ଷ୍ଟେପ ଶିଖିବାକୁ ଚାହୁଁଛନ୍ତି ପଦ୍ମାବତୀ

ବର୍ତ୍ତମାନ ‘ପତି ପତ୍ନୀ ଔର ୱୋ’ ର ପପୁଲାର ଗୀତ ‘ଧିମେ ଧିମେ’ ଡାନ୍ସ ଚର୍ଚ୍ଚାରେ । ଫ୍ୟାନ୍ସଙ୍କ ବ୍ୟତୀତ କାର୍ତ୍ତିକଙ୍କ ଠାରୁ ଏହି ଡାନ୍ସ ଶିଖିବାକୁ ଅନାଇ ବସିଛନ୍ତି ରଣବୀର ସିଂଙ୍କ ପତ୍ନୀ ଦୀପିକା ପାଦୁକୋନ।

deepika padukone
ଡିଜାଇନ ଫଟୋ

By

Published : Nov 30, 2019, 7:35 PM IST

ମୁମ୍ବାଇ: କାର୍ତ୍ତିକ ଆର୍ୟନ, ଭୂମି ପେଡେନକର ଓ ଅନନ୍ୟା ପାଣ୍ଡେଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ପତି ପତ୍ନୀ ଔର ୱୋ’ ରିଲିଜ ହେବାକୁ ପ୍ରସ୍ତୁତ । ଏହି କମେଡି ଡ୍ରାମା ଫିଲ୍ମଟି ଆସନ୍ତା ମାସ 6 ତାରିଖରେ ରିଲିଜ ହେବାକୁ ଯାଉଛି । ଯାହାକୁ ନେଇ ଉତ୍ସାହିତ ଦର୍ଶକ । ରିଲିଜ ପୂର୍ବରୁ ଫିଲ୍ମର ଗୀତ କିନ୍ତୁ ସୁପରହିଟ୍ ହୋଇସାରିଲାଣି । ନିକଟରେ ରିଲିଜ ହୋଇଥିବା ଫିଲ୍ମର ପାର୍ଟି ସଙ୍ଗ ‘ଧିମେ ଧିମେ’ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି। ଏହି ଗୀତକୁ ୟୁଟ୍ୟୁବରେ ମିଲିୟନ ଭ୍ୟୁଜ ମଧ୍ୟ ମିଳିସାରିଲାଣି। ସବୁଠାରୁ ଅଧିକା ଚର୍ଚ୍ଚା ଗୀତର ଡାନ୍ସ ଷ୍ଟେପକୁ ନେଇ ଚାଲିଛି।

ବର୍ତ୍ତମାନ ସୋସିଆଲ ମିଡିଆରେ #DheemeDheemeChallenge ମଧ୍ୟ ଟ୍ରେଣ୍ଡ କରୁଛି । ଆଉ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ପାଦ କାଢି ବସିଛନ୍ତି ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ । ସେ ମଧ୍ୟ ସୋସିଆଲ ମିଡିଆରେ କାର୍ତ୍ତିକଙ୍କୁ ଡିମାଣ୍ଡ କରିଛନ୍ତି ତାଙ୍କୁ ‘ଧିମେ ଧିମେ’ ଡାନ୍ସ ଷ୍ଟେପ ଶିଖାଇବା ପାଇଁ । କାର୍ତ୍ତିକ ମଧ୍ୟ କେଉଁ ଛାଡିବା ବ୍ୟକ୍ତି । ସେ ମଧ୍ୟ ଦୀପିକାଙ୍କ କଥାରେ ଶାନଦାର ପ୍ରତିକ୍ରିୟା ଦେଇଛନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ଦୀପିକା ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ପୋଷ୍ଟ କରି କାର୍ତ୍ତିକଙ୍କୁ ଟ୍ୟାଗ କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ମୁଁ ମଧ୍ୟ ଧିମେ ଧମେ ଗୀତର ହୁକ ଷ୍ଟେପ ଶିଖିବାକୁ ଚାହୁଁଛି । କଣ ତୁମେ ମତେ ଏହା ଶିଖାଇବ । ମୁଁ #DheemeDheemeChallengeରେ ଭାଗ ନେବାକୁ ଚାହୁଁଛି। ’

ଅନ୍ୟପଟେ କାର୍ତ୍ତିକ ଉତ୍ତର ଦେଇ ଲେଖିଛନ୍ତି, ‘ଆଜ୍ଞା ନିହାତି, ଆପଣ ଶୀଘ୍ର ଏହାକୁ ଶିଖି ଯିବେ । କୁହନ୍ତୁ କେବେ ଶିଖିବେ ।’ ପ୍ରକାଶ ଥାଉକି ଦୀପିକା ଖୁବଶୀଘ୍ର ‘ଛପାକ’ ଓ ‘83’ରେ ନଜର ଆସିବାକୁ ଯାଉଛନ୍ତି । ସେହିପରି କାର୍ତ୍ତିକ ଆର୍ୟନ ‘ପତି ପତ୍ନୀ ଔର ୱୋ’ ବ୍ୟତୀତ ‘ଆଜକଲ’, ‘ଦୋସ୍ତାନା 2’ ଓ ‘ଭୁଲ ଭୁଲୈୟା 2’ରେ ମୁଖ୍ୟ ଭୂମିକାରେ ଦେଖାଯିବେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ

ABOUT THE AUTHOR

...view details