ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଏକ ଝଟକା ଲାଗିଛି । କରିସ୍ମାଙ୍କ ଜାମିନ ଆବେଦନ ଉପରେ ଶୁଣାଣି 23 ନଭେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।
ଡ୍ରଗ୍ସ ମାମଲାରେ ଏନସିବି ଏପର୍ଯ୍ୟନ୍ତ କରିସ୍ମାଙ୍କୁ ତିନିଥର ପଚରାଉଚରା କରିସାରିଛି । ନିକଟରେ ଏନସିବି ଚଢାଉ ବେଳେ କରିସ୍ମାଙ୍କ ଘରୁ 1.7 ଗ୍ରାମ ହାଶିଶ ତିନୋଟି ପାତ୍ର ସିବିଡି ତେଲ ଉଦ୍ଧାର କରାଯାଇଥିଲା ।
ସେହିପରି କେସ ନଂ 15/20 ଆଧାରରେ କରିସ୍ମା ଓ ଦୀପିକାଙ୍କୁ ମୁହାଁମୁହିଁ ପ୍ରଶ୍ନ କରିଥିଲା ଏନସିବି । ଯେଉଁଥିରେ ସେଲିବ୍ରିଟିଙ୍କ ଚାଟ ବିଷୟରେ ଜଣାପଡିଥିଲା । ହେଲେ ନିଜ ଚାଟ ବିଷୟରେ କିଛି ମିଛ ବୟାନ ଦେଇଥିଲେ କରିସ୍ମା ବୋଲି ସୂତ୍ରରୁ ଜଣାପଡିଛି ।