ମୁମ୍ବାଇ: ଦୀପିକା ପାଦୁକୋନ୍ ଆଜି ତାଙ୍କର ଖାସ୍ ଦିନ ସେଲିବ୍ରେଟ୍ କରୁଛନ୍ତି । ୧୯୮୬ ଜାନୁଆରୀ ୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ଦୀପିକା 36 ବର୍ଷ ପୂରଣ କରିସାରିଛନ୍ତି (Happy Birthday Deepika Padukone) । ଦୀପିକା ବଲିଉଡର ଫେମସ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ, ସେ ନା କେବଳ ନିଜ ଅଭିନୟ ପାଇଁ ବରଂ ଡ୍ୟାନ୍ସ ଜରିଆରେ ଲୋକଙ୍କ ଦିଲ୍ରେ ରାଜ୍ କରୁଛନ୍ତି । ଦୀପିକା ପାଦୁକୋନ୍ ଏବଂ ରଣବୀର ସିଂହଙ୍କ ପ୍ରେମ କାହଣୀ ଶୁଣିବା ଲୋକଙ୍କୁ ବହୁତ ପସନ୍ଦ। କିନ୍ତୁ ଆପଣ କ'ଣ ଜାଣନ୍ତି କି, ଦୀପିକା ଏବଂ ରଣବୀର ବିବାହର ୪ ବର୍ଷ ପୂର୍ବରୁ ସିକ୍ରେଟ ଏନଗେଜମେଣ୍ଟ୍ କରିଥିଲେ । ଏହି ଖବର କେବଳ କିଛି ବଛା ବଛା ଲୋକଙ୍କୁ ଜଣା ।
2012ରେ ସଞ୍ଜୟ ଲୀଲା ଭଂସାଲିଙ୍କ 'ଗୋଲିୟୋଁ କି ରାସଲୀଲା ରାମ-ଲୀଲା (Goliyon Ki Raasleela Ram-Leela)’ ନିର୍ମାଣ ସମୟରେ ଦୀପିକା ପାଦୁକୋନ୍ ରଣବୀର ସିଂଙ୍କ ପ୍ରେମରେ ପଡିଯାଇଥିଲେ। 6 ବର୍ଷର ଲମ୍ବା ରିଲେସନସିପ୍ରେ ରହିବା ପରେ, ଦୁହେଁ 2018 ମସିହାରେ ପରସ୍ପରର ହାତ ଧରିଥିଲେ ଏବଂ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ | କିନ୍ତୁ ଲୋକେ ଜାଣି ନଥିଲେ ଯେ ବିବାହର 4 ବର୍ଷ ପୂର୍ବରୁ ସେମାନେ ସିକ୍ରେଟ ଏନଗେଜମେଣ୍ଟ୍ କରିସାରିଥିଲେ ବୋଲି ।