ନୂଆଦିଲ୍ଲୀ: ବଲିଉଡରେ ଡେବ୍ୟୁ କରିବେ ଆରୁଷି ନିଶଙ୍କ । ତାରିଣୀ ଫିଲ୍ମ ଜରିଆରେ କରିବେ ଏଣ୍ଟ୍ରି । ନୌସେନା ଉପରେ ଆଧାରିତ ଏହି ଫିଲ୍ମରେ 6 ଜଣ ମହିଳା ଅଫିସରଙ୍କ ସାମୁଦ୍ରିକ ଯାତ୍ରା ଉପରେ ଆଧାରିତ । ରାଜନୀତି ପରିବାରରୁ ଆସିଥିବା ଆରୁଷି ଏବେ ଫିଲ୍ମ ଜଗତରେ ପାଦ ଥାପିବାକୁ ଯାଉଛନ୍ତି । 8 ମାର୍ଚ୍ଚ ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ହିମେଶ୍ରୀ ଫିଲ୍ମ ଓ ଟି-ସିରିଜି ପକ୍ଷରୁ ତାରେଣୀ ଫିଲ୍ମର ଘୋଷଣା କରାଯାଇଛି।
ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କ ବଡ ଝିଅ ଆରୁଷି ନିଶଙ୍କ । ରମେଶ ପୋଖରିଆଲ ପ୍ରଥମେ ମାନବ ସମ୍ବଳ ଓ ବିକାଶ ମନ୍ତ୍ରୀ ରହିବା ସହ ପରେ ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ । ଆରୁଷି ଜଣେ ସଶକ୍ତିକରଣ, ସାମାଜିକ କ୍ଷେତ୍ର ଓ ପର୍ଯ୍ୟାବରଣ ସଂରକ୍ଷଣରେ ସକ୍ରିୟ ରହିଆସିଛନ୍ତି । ସେ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ସହ ପରିବେଶବିତ ମଧ୍ୟ । ଡେରାଡୁନର ଆୟୁର୍ବେଦିକ ମେଡିକାଲ କଲେଜ ଓ ହସ୍ପିଟାଲର ଚେୟାରମ୍ୟାନ ରହିଥିଲେ ଆରୁଷି ।