ଓଡିଶା

odisha

ETV Bharat / sitara

ଡାନ୍ସିଂ ଅଙ୍କଲଙ୍କ ପ୍ରଶଂସାରେ ବିଗ-ବି

ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଡାନ୍ସିଂ ଅଙ୍କଲ ସଞ୍ଜୀବଙ୍କ ଡାନ୍ସ । ଏଥର ସେ ଗୋବିନ୍ଦା ନୁହେଁ ବଂର ଅମିତାଭଙ୍କ ପପୁଲାର ଗୀତରେ ଡାନ୍ସ କରିଛନ୍ତି ।

ଡିଜାଇନ ଫଟୋ

By

Published : May 31, 2019, 12:42 AM IST

Updated : May 31, 2019, 8:23 AM IST

ମୁମ୍ବାଇ: ନିଜ ଡାନ୍ସ ମୁବ୍ସ ଜରିଆରେ ଇଣ୍ଟରନେଟ ସେନ୍ସେଶନ ସାଜିଥିବା ଡାନ୍ସିଂ ଅଙ୍କଲ ସବୁବେଳେ ନିଜ ଡାନ୍ସ ପାଇଁ ଚର୍ଚ୍ଚାରେ ଆସିଥାଆନ୍ତି । ଡାନ୍ସିଂ ଅଙ୍କଲ ଅର୍ଥାତ୍ ସଞ୍ଜୀବ ଶ୍ରୀବାସ୍ତବଙ୍କ ଡାନ୍ସରେ ଗୋବିନ୍ଦାଙ୍କ ଝଲକ ଦେଖିବାକୁ ମିଳିଥାଏ । ଗତବର୍ଷ ସେ ଗୋବିନ୍ଦାଙ୍କ ଗୀତ 'ଆପକେ ଆ ଜାନେ ସେ' ଗୀତରେ ଜବରଦସ୍ତ ଡାନ୍ସ କରି ପୁରା ଦେଶରେ ଚହଳ ସୃଷ୍ଟି କରିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଅମିତାଭ ବଚ୍ଚନ

ଏବେ ସେ ଏକ ନୂଆ ଧମାକା କରିଛନ୍ତି । ଏଥର ଡାନ୍ସିଂ ଅଙ୍କଲ ଗୋବିନ୍ଦାଙ୍କ ଗୀତରେ ନୁହେଁ ବରଂ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଗୀତ 'ଖାଇକେ ପାନ ବନାରସ ୱାଲା'ରେ ଜବରଦସ୍ତ ଡାନ୍ସ କରୁଥିବାର ନଜର ଆସୁଛନ୍ତି । ବର୍ତ୍ତମାନ ସଞ୍ଜୀବଙ୍କ ଏହି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି । ତାଙ୍କ ଡାନ୍ସ ଦେଖି ପ୍ରଶଂସାର ଫୁଲ ବାନ୍ଧିଛନ୍ତି ନିଜେ ଅମିତାଭ ।

ଅମିତାଭ ଏହି ଭିଡିଓର ପ୍ରଶଂସା କରି ଟ୍ବିଟରରେ ସୁପର ଲେଖିଛନ୍ତି । ପ୍ରକାଶ ଥାଉକି ସଞ୍ଜୀବ ବଲିଉଡ ସେଲିବ୍ରିଟିଜଙ୍କ ମଧ୍ୟରେ ଖୁବ୍ ପପୁଲାର । ସଲମାନ ଖାନ, ଅନୁଷ୍କା ଶର୍ମା ଓ ଅର୍ଜୁନ କପୁର ଭଳି ଷ୍ଟାର୍ସ ତାଙ୍କ ଡାନ୍ସର ପ୍ରଶଂସା କରିସାରିଛନ୍ତି । ଏହାବ୍ୟତୀତ ସୁନୀଲ ସେଟ୍ଟୀ ମଧ୍ୟ ଡାନ୍ସିଂ ଅଙ୍କଲଙ୍କୁ ସାକ୍ଷାତ କରିବା ପାଇଁ ମୁମ୍ବାଇ ଡାକିଥିଲେ ।

ଅନ୍ୟପଟେ ସଞ୍ଜୀବ ଛୋଟ ପରଦାର ସଲମାନଙ୍କ ରିୟାଲିଟି ଶୋ 'ଦଶ କା ଦମ'ରେ ମଧ୍ୟ ଯୋଗ ଦେଇଥିଲେ । ଜଣାଇ ଦେଉଛୁ ସଞ୍ଜୀବ ଭାଭା ରିସର୍ଚ ଇଷ୍ଟିଟ୍ୟୁଟରେ ଇଲେକ୍ଟ୍ରନିକ୍ସର ଆସିଷ୍ଟେଣ୍ଟ ପ୍ରଫେସର ଏବଂ ବିଦିଶାରେ ରହୁଛନ୍ତି ।

Last Updated : May 31, 2019, 8:23 AM IST

ABOUT THE AUTHOR

...view details