ମୁମ୍ବାଇ: ଅଭିନେତ୍ରୀ ଡେଜି ଶାହା ତାଙ୍କର ନୂଆ ୟୁଟ୍ୟୁବ ଚ୍ୟାନେଲ ଲଞ୍ଚ କରିଛନ୍ତି । ଏହା ପଛର କାରଣ ମଧ୍ୟ ଡେଜି କହିଛନ୍ତି ।
ଡେଜି ତାଙ୍କ ଭିଡିଓ ପ୍ରୋଜେକ୍ଟ ଆରମ୍ଭ କରିବାର କାରଣ ବ୍ୟାଖ୍ୟା କରି କହିଛନ୍ତି, ଏଠାରେ ପ୍ରଂଶସକମାନେ ସେମାନଙ୍କ ରିଅଲ ଡେଜିକୁ ଜାଣିପାରିବେ । ମୁଁ ଏହି ନୂତନ ପ୍ଲାଟଫର୍ମ ମାଧ୍ୟମରେ ଆପଣଙ୍କ ସହ ଯୋଡି ହୋଇ ପାରିବି । ମୁଁ ୟୁଟ୍ୟୁବରେ ନୂତନ ଯାତ୍ରା ଆରମ୍ଭ କରି ବହୁତ ଖୁସି ଏବଂ ମୁଁ ଆଶା କରେ ପ୍ରଂଶସକମାନଙ୍କ ଠାରୁ ମତେ ନିଶ୍ଚିତ ଭାବରେ ବହୁତ ସାରା ଭଲପାଇବା ଏଠାରେ ମିଳିବ ।