ମୁମ୍ବାଇ: ଦବଙ୍ଗ ବୟ ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘ଦବଙ୍ଗ 3’ର ସୁଟିଂ ବର୍ତ୍ତମାନ ଜୋରସୋରରେ ଚାଲିଛି । ଦର୍ଶକ ଦୀର୍ଘ ସମୟରୁ ଫିଲ୍ମଟିକୁ ନେଇ ଖୁବ୍ ଉତ୍ସାହିତ । ସିଲଭର ସ୍କ୍ରିନରେ ସଲମାନଙ୍କ ସେହି ଚୁଲବୁଲ ପାଣ୍ଡେ ଅବିତାର ଦେଖିବାକୁ ବ୍ୟାକୁଳ ଦର୍ଶକ । ନିକଟରେ ଫିଲ୍ମର ଟିଜର ଚାରୋଟି ଭାଷାରେ ରିଲିଜ କରାଯାଇଥିଲା । ଫିଲ୍ମର ଟିଜର ଜାରି କରି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଥିଲେ ମେକର୍ସ ।
ଇତିମଧ୍ୟରେ ସଲମାନଙ୍କ ପତ୍ନୀ ରଜୋ ତଥା ସୋନାକ୍ଷୀ ସିହ୍ନାଙ୍କ ଫାଷ୍ଟ ଲୁକ ପୋଷ୍ଟର ରିଲିଜ ହୋଇଯାଇଛି । ପୋଷ୍ଟଟିକୁ କରୱା ଚୌଥ ଅବସରରେ ଜାରି କରିଛନ୍ତି ମେକର୍ସ । ସୋନାକ୍ଷୀ ମଧ୍ୟ ଚୁଲବୁଲ ପାଣ୍ଡେଙ୍କ ପାଇଁ କରୱା ଚୌଥ କରୁଥିବାର ନଜର ଆସୁଛନ୍ତି ।