ଓଡିଶା

odisha

By

Published : Oct 9, 2021, 4:50 PM IST

ETV Bharat / sitara

CRUISE DRUG CASE: ଅସ୍ଥାୟୀ ଭାବେ BYJU's ବିଜ୍ଞାପନରୁ ହଟିଲେ ଶାହାରୁଖ

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା । ପୁଅ ଆର୍ୟନକୁ NCB ଗିରଫ କରିବା ପରେ BYJU'S ବିଜ୍ଞାପନରୁ ଶାହାରୁଖ ଖାନଙ୍କୁ ଅସ୍ଥାୟୀ ଭାବେ ହଟାଯାଇଛି । ଅଧିକ ପଢନ୍ତୁ...

CRUISE DRUG CASE: ଅସ୍ଥାୟୀ ଭାବେ BYJU's ବିଜ୍ଞାପନରୁ ହଟିଲେ ଶାହାରୁଖ
CRUISE DRUG CASE: ଅସ୍ଥାୟୀ ଭାବେ BYJU's ବିଜ୍ଞାପନରୁ ହଟିଲେ ଶାହାରୁଖ

ନୂଆଦିଲ୍ଲୀ:କ୍ରୁଜ ଡ୍ରଗ୍ସ ମାମଲାରେ ପୁଅ ଆର୍ୟନ ଖାନ ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ କ୍ଷତି ସହିବାରେ ଲାଗିଛନ୍ତି ବଲିଉଡ଼ ସୁପରଷ୍ଟାର ଶାହାରୁଖ ଖାନ । ବିଭିନ୍ନ ବିଜ୍ଞାପନରେ କାମ କରି କୋଟି କୋଟି ଅର୍ଥ ରୋଜଗାର କରୁଥିବା ଶାହାରୁଖ ଏବେ ସହିଛନ୍ତି ବିରାଟ ବଡ଼ କ୍ଷତି । ଦି ଲର୍ଣ୍ଣିଂ ଆପଂ BYJU'S ଅସ୍ଥାୟୀ ଭାବେ ଶାହାରୁଖଙ୍କୁ ବିଭିନ୍ନ ବିଜ୍ଞାପନରୁ ବାଦ ଦେଇଥିବା ଜଣାପଡ଼ିଛି ।

CRUISE DRUG CASE: ଅସ୍ଥାୟୀ ଭାବେ BYJU's ବିଜ୍ଞାପନରୁ ହଟିଲେ ଶାହାରୁଖ

ଏହି ଆପ୍‌ଟି ଅନଲାଇନରେ ଛାତ୍ରଛାତ୍ରୀଙ୍କ ପାଠ ପଢିବା ପାଇଁ ବ୍ୟବହାର ହୋଇଥାଏ । ଆପ୍‌ର ବ୍ୟବହାର ସମ୍ପର୍କରେ ଶାହାରୁଖ ଅନେକ ବିଜ୍ଞାପନ ଏଯାବତ ସୁଟିଂ କରିଆସିଛନ୍ତି । ଏଥିରେ ସେ ପିଲାଙ୍କ ପାଠପଢାକୁ ନେଇ ବାର୍ତ୍ତା ମଧ୍ୟ ଦେଇଥାନ୍ତି । ପୁଅ ଆର୍ୟନ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ଶାହାରୁଖ ନିଜ ପିଲାମାନଙ୍କୁ ଶିକ୍ଷା ଦେବା ଉପରେ ଉଠିଛି ଅନେକ ପ୍ରଶ୍ନ । ସୋସିଆଲ ମିଡ଼ିଆରେ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଛି । ଯିଏ ନିଜ ସନ୍ତାନଙ୍କୁ ଉତ୍ତମ ଶିକ୍ଷା ଦେଇପାରିଲେନି, ସେ ଅନ୍ୟଙ୍କୁ କିପରି ଶିକ୍ଷା ଦେବେ ବୋଲି କିଛି ନେଟିଜେନ୍ସ ଟ୍ରୋଲ କରି କହିଛନ୍ତି ।

ଆର୍ୟନଙ୍କ ନାଁରେ ମାମଲା ଆସିବା ପରେ ବର୍ତ୍ତମାନ ଏହି ଆପ୍‌ ଶାହାରୁଖଙ୍କ ସହିତ ଜଡ଼ିତ ସମସ୍ତ ବିଜ୍ଞାପନକୁ ମଧ୍ୟ ପ୍ରସାରିତ କରିବା ବନ୍ଦ କରିଦେଇଛି । ଶାହାରୁଖ ଗତ ୨୦୧୭ ମସିହାରୁ BYJU'Sର ବ୍ରାଣ୍ଡ ଆମ୍ବାସାଡର ରହିଆସିଛନ୍ତି । ଏହି ବ୍ରାଣ୍ଡର ସୁଟିଂ କରିବା ପାଇଁ ବାର୍ଷିକ ୩ରୁ ୪ କୋଟି ଟଙ୍କା ପାରିଶ୍ରମିକ ଦେଇଥାଏ । କିନ୍ତୁ ସବୁଦିନ ପାଇଁ ବ୍ରାଣ୍ଡ ଆମ୍ବାସାଡ଼ର ଶାହାରୁଖଙ୍କ ହାତରୁ ଚାଲିଯିବ କି ନାହିଁ ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସୁପରଷ୍ଟାର ଶାହାରୁଖ BUJU'S ସହିତ Hyundai, LG, ରିଲାଏନ୍ସ ଜିଓ ଏବଂ ଦୁବାଇ ଟୁରିଜିମ ଆଦି କମ୍ପାନୀ ସହିତ ଜଡ଼ିତ ରହିଛନ୍ତି । ବିଜ୍ଞାପନ କରି କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି ଶାହାରୁଖ । ତେବେ ସୂଚନା ଥାଉ କି ମୁମ୍ବାଇରୁ ଗୋଆ ଅଭିମୁଖେ ଯାଉଥିବା ବିଳାସପୂର୍ଣ୍ଣ କ୍ରୁଜ ସିପରେ ଚାଲିଥିବା ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନଙ୍କୁ ଗିରଫ କରିଛି NCB । ବର୍ତ୍ତମାନ ଆର୍ୟନ ମୁମ୍ବାଇର ଆର୍ଥର ଜେଲରେ ରହିଛନ୍ତି । ସେପଟେ ଗତ ଶୁକ୍ରବାର ମୁମ୍ବାଇର ସେସନ କୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details