ମୁମ୍ବାଇ: ବଲିଉଡରେ ପୁଣି କାୟା ମେଲାଇବା ଆରମ୍ଭ କଲାଣି କୋରୋନା। ଗୋଟିଏ ପରେ ଗୋଟିଏ ସେଲେବ୍ରିଟି ଏବେ କରୋନା ସଂକ୍ରମିତ ହେଉଛନ୍ତି । ଶିଳ୍ପା ଶିରୋଦକର, ଅର୍ଜୁନ୍ କପୁର, କରୀନା କପୁର, ଅମୃତା ଅରୋରାଙ୍କ ପରେ ଏବେ ଅଭିନେତ୍ରୀ ନୋରା ଫତେହି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ତାଙ୍କ ନିକଟ ସୂତ୍ରରୁ ସୂଚନା ମିଳିଛି। କରୋନା ପଜିଟିଭ ହେବା ପରେ ସେ ନିଜକୁ କ୍ବାରେଣ୍ଟାଇନ୍ରେ ରଖିଛନ୍ତି।
ସୂଚନାଯୋଗ୍ୟ ଯେ, କିଛି ସମୟ ପୂର୍ବରୁ ହମ୍', 'ଆଙ୍ଖେ ' ଏବଂ 'ଖୁଦା ଗୱା' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶିଳ୍ପା ଶିରୋଦକର କରୋନାରେ ସଂକ୍ରମିତ ହୋଇଛନ୍ତି । ଗୁରୁବାର ଦିନ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଶିଳ୍ପା ନିଜେ ଏହି ସୂଚନା ଦେଇଛନ୍ତି। ଏହି ପୋଷ୍ଟ ସେୟାର କରି ଶିଳ୍ପା ଶିରୋଦକର ଲେଖିଛନ୍ତି, "କୋଭିଡ୍ ପଜିଟିଭ୍ # ଦିନ 4 । ସମସ୍ତେ ନିରାପଦରେ ରୁହନ୍ତୁ, ଦୟାକରି କରୋନା ଟିକା ନିଅନ୍ତୁ ଏବଂ ସମସ୍ତ ନିୟମ ପାଳନ କରନ୍ତୁ... ଆପଣଙ୍କ ସରକାର ଜାଣନ୍ତି ଯେ ଆପଣଙ୍କ ପାଇଁ ସବୁଠୁ ଭଲ କେଉଁଟା । ସମସ୍ତଙ୍କୁ ଅଶେଷ ଅଶେଷ ଭଲପାଇବା"