ଓଡିଶା

odisha

ETV Bharat / sitara

କୋରୋନା ସଙ୍କଟ: କିଙ୍ଗ ଖାନଙ୍କ ପ୍ରଶଂସାରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ

କୋରୋନା କାଳରେ ଅନେକ ସେଲିବ୍ରିଟି ଦେଶବାସୀଙ୍କ ସେବାରେ ନିଜକୁ ସକ୍ରିୟ ରଖିଛନ୍ତି । ଏବେ ଶାହରୁଖ 500 ରେମଡେସିଭିର ଇଞ୍ଜେକ୍ସନ ଦାନ କରି ପ୍ରଶଂସାର ପାତ୍ର ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Dec 11, 2020, 9:08 AM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗୁରୁବାର ଦିନ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କୁ କୋରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ 500 ରେମଡେସିଭିର ଇଞ୍ଜେକ୍ସନ ଦାନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ଅନୁଯାୟୀ ଶାହରୁଖ ଏମିତି ସମୟରେ ସହଯୋଗର ହାତ ବଢାଇଛନ୍ତି, ଯେବେ ଏହାର ବହୁତ ଆବଶ୍ୟକ ଅଛି । ଯାହାକୁ ନେଇ ସେମାନେ କୃତଜ୍ଞ ଅନୁଭବ କରୁଛନ୍ତି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଣାଳୟ ଏହାର କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲରେ କୋଭିଡ-19 ପାଇଁ ରେମଡେସିଭର୍ ବ୍ୟବହାର କରିବାକୁ ଅନୁମତି ଦେଇଛି । ଯାହାକି ଅନୁସନ୍ଧାନକାରୀ ଚିକିତ୍ସା ଅଧୀନରେ କୋଭିଡ-19 ରୋଗର ମଧ୍ୟମ ପର୍ଯ୍ୟାୟରେ ରୋଗୀମାନଙ୍କ ମଧ୍ୟରେ ସୀମିତ ଜରୁରୀକାଳୀନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାଏ ।

ସେପଟେ ଶାହରୁଖଙ୍କୁ ଧନ୍ୟବାଦ ଜଣାଇ ଜୈନ ଟ୍ବିଟରେ ଲେଖିଛନ୍ତି, ‘ଆମେ ଅତ୍ୟଧିକ କୃତଜ୍ଞ ଶାହରୁଖ ଏବଂ ତାଙ୍କ ମୀର ଫାଉଣ୍ଡେସନ ପାଇଁ । 500 ରିମଡେସିଭିର ଇଞ୍ଜେକ୍ସନ ଦାନ କରିବା ପାଇଁ ଆମେ ଧନ୍ୟବାଦ ଜଣାଉଛୁ । ଆବଶ୍ୟକ ଥିବା ସମୟରେ ଆପଣ ଏହା ଦାନ କରି ସମସ୍ତଙ୍କୁ ସହଯୋଗର ହାତ ବଢାଇଥିବାରୁ ଆମେ ଆନନ୍ଦିତ ।’

ABOUT THE AUTHOR

...view details