ଓଡିଶା

odisha

ETV Bharat / sitara

ଲକଡାଉନରେ ମାସ୍କ ପ୍ରସ୍ତୁତି ଶିଖାଇଲେ ଅଦା ଶର୍ମା - Ada Sharma taught

ଅଦା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ମୋଜାର ସାହାଯ୍ୟରେ ଫେସମାସ୍କ ତିଆରି କରୁଥିବାର ନଜର ଆସିଛନ୍ତି । ଅଦା ଏକ ମିନିଟରୁ କମ ସମୟ ମଧ୍ୟରେ ଘରେ କିପରି ମାସ୍କ ତିଆରି କରାଯିବ ତାହା ଏହି ଭିଡିଓରେ କହିଥିଲେ । ଆହୁରି ପଢନ୍ତୁ...

covid 19: Ada Sharma taught how to make masks at home
କୋଭିଡ 19: ଘରେ ମାସ୍କ ତିଆରି କରିବାକୁ ଶିଖାଇଲେ ଅଦା ଶର୍ମା

By

Published : Apr 12, 2020, 7:51 PM IST

ମୁମ୍ବାଇ: କୋରୋନାଭାଇରସ କାରଣରୁ ବର୍ତ୍ତମାନ ବିଶ୍ବର ଅନେକ ଦେଶରେ ଲକଡାଉନ ଚାଲିଛି । ଏହି ସମୟରେ ଘରେ କିପରି ମାସ୍କ ତିଆରି କରାଯିବ ତାହା ଶିଖାଇଛନ୍ତି 1920 ଫିଲ୍ମର ଅଭିନେତ୍ରୀ ଅଦା ଶର୍ମା ।

କୋଭିଡ 19: ଘରେ ମାସ୍କ ତିଆରି କରିବାକୁ ଶିଖାଇଲେ ଅଦା ଶର୍ମା

ଅଦା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ମୋଜାର ସାହାଯ୍ୟରେ ଫେସମାସ୍କ ତିଆରି କରୁଥିବାର ନଜର ଆସିଛନ୍ତି । ଅଦା ଏକ ମିନିଟରୁ କମ ସମୟ ମଧ୍ୟରେ ଘରେ କିପରି ମାସ୍କ ତିଆରି କରାଯିବ ତାହା ଏହି ଭିଡିଓରେ କହିଥିଲେ ।

ଏହି ଭିଡିଓ କ୍ୟାପସନରେ ସେ ଏହି ଭିଡିଓ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନଙ୍କୁ ନିବେଦନ କରିଛନ୍ତି ଏବଂ ଅଦା ଲେଖିଛନ୍ତି ଯେ, ଘର ବାହାରକୁ ଯାଆନ୍ତୁ ନାହିଁ । ଯଦି ଆପଣଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଘର ବାହାରକୁ ଯିବାକୁ ପଡୁଛି, ତେବେ ଆପଣଙ୍କୁ ମାସ୍କ ପିନ୍ଧିକି ଯିବାକୁ ପଡିବ । ଯଦି ଆପଣଙ୍କର ପାଖରେ ମାସ୍କ ନାହିଁ, ତେବେ ଏହି ଭିଡିଓ ଦେଖନ୍ତୁ । ଅଦାଙ୍କ ଏହି ଭିଡିଓରେ ଏପର୍ଯ୍ୟନ୍ତ 221 ହଜାର ଲାଇକ ମିଳିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details