ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସମଗ୍ର ବିଶ୍ୱ କୋରୋନା ମହାମାରୀ ସହିତ ସଂଘର୍ଷ କରୁଥିବାବେଳେ, ଯେଉଁମାନେ ସମାଜ ପ୍ରତି ସେମାନଙ୍କର ଦାୟିତ୍ୱ ତୁଲାଉଛନ୍ତି ଏପରି ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଭିଷେକ ।
ଏଥିମଧ୍ୟରେ ସ୍ୱାସ୍ଥ୍ୟକର୍ମୀ, ପୋଲିସ, ଫାର୍ମାସି କର୍ମଚାରୀ, ଡେଲିଭରି ବୟ, ସାମ୍ବାଦିକ, ସ୍ୱିପର, ବ୍ୟାଙ୍କ କର୍ମଚାରୀ ଏବଂ ଆହୁରି ଅନେକ ଅଛନ୍ତି ଯାହାଙ୍କୁ ଅଭିଷେକ ଧନ୍ୟବାଦ ଜଣାଇଛନ୍ତି ।