ଓଡିଶା

odisha

ETV Bharat / sitara

2 ମାସ ସମ୍ପୂର୍ଣ୍ଣ ମାଗଣା ହେବ ଏହି ଚାରୋଟି ଚ୍ୟାନେଲ

ଏବେ ଘରେ ସମୟ ବିତାଉଥିବା ଦର୍ଶକଙ୍କ ପାଇଁ ଗୁଡନ୍ୟୁଜ। ଲକଡାଉନରେ ହେବେ ଏଣ୍ଟରଟେନ। ଫ୍ରି ହେଲା ଚାରୋଟି ଫେମସ ଚ୍ୟାନେଲ।

entertainment channels
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Mar 30, 2020, 10:16 AM IST

ମୁମ୍ବାଇ: କୋରୋନା ଭାଇରସ ପାଇଁ ବର୍ତ୍ତମାନ ପୁରା ଦେଶ ଲକଡାଉନ । 21 ଦିନ ପର୍ଯ୍ୟନ୍ତ ଜନସାଧାରଣ ନିଜ ନିଜ ଘରେ ସମୟ ବିତାଇବେ। ଏମିତି ପରିସ୍ଥିତିରେ ଅନେକ ଲୋକ ନିକଟରେ ଦାବି କରିଥିଲେ ଯେ 80-90 ଦଶକର ପୌରାଣିକ ଧାରାବାହିକ ‘ରାମାୟାଣ’ ଓ ‘ମହାଭାରତ’ ପ୍ରସାରଣ କରିବାକୁ। ଯାହା ଶନିବାର ଠୁ ଦୂରଦର୍ଶନରେ ପ୍ରାସରଣ ହୋଇଛି। ଇତିମଧ୍ୟରେ ଲୋକଙ୍କୁ ମନୋରଞ୍ଜନ କରିବାକୁ ଯାଉଛି ଆଉ ଚାରୋଟି ଚ୍ୟାନେଲ।

ଲୋକଙ୍କୁ ମନୋରଞ୍ଜନ କରିବା ପାଇଁ ଇଣ୍ଡିଆନ ବୋର୍ଡକାଷ୍ଟିଂ ଫାଉଣ୍ଡେଶନ(ଆଇବିଏଫ) ଏକ ଶାନଦାର ନିଷ୍ପତ୍ତି ନେଇଛି। ଯାହା ଶୁଣି ଆପଣ ଖୁସି ହୋଇଯିବେ। ଆଜ୍ଞା ହଁ, ଆଇବିଏଫ ନିଷ୍ପତ୍ତି ନେଇଛି ଯେ ଦେଶରେ ଚାରୋଟି ପ୍ରମୁଖ ପ୍ରସାରଣ ନେଟୱର୍କ ଦୁଇ ମାସ ପର୍ଯ୍ୟନ୍ତ ଚାରୋଟି ଚ୍ୟାନେଲକୁ ସମ୍ପୂର୍ଣ୍ଣ ମାଗଣା କରିଦେଇଛି।

ଏକ ବୟାନରେ ଫାଉଣ୍ଡେଶନର ଜଣେ ଅଧିକାରୀ କହିଥିଲେ ଯେ ସୋନି ଦ୍ବାରା ସଞ୍ଚାଳିତ ସୋନି ପଲ, ଷ୍ଟାର ଇଣ୍ଡିଆ ସଞ୍ଚାଳିତ ଷ୍ଟାର ଉତ୍ସବ, ଜି ଟିଭି ସଞ୍ଚାଳିତ ଜି ଅନମୋଲ ଓ ବାୟକମ18ର କଲର୍ସ ରିସ୍ତେ ଦେଶରେ ଦୁଇ ମାସ ପର୍ଯ୍ୟନ୍ତ ଫ୍ରିରେ ଚାଲିବ। ଏହାର ପ୍ରସ୍ତୁତି ସବୁ ଡିଟିଏଚ ଓ କେବଲ ନେଟୱର୍କ ବର୍ତ୍ତମାନ କରୁଛନ୍ତି।

ABOUT THE AUTHOR

...view details