ମୁମ୍ବାଇ: କୋରୋନା ଭାଇରସ ପାଇଁ ଭୟଭିତ ଜନସାଧାରଣ। ଲକଡାଉନ ପାଇଁ ବର୍ତ୍ତମାନ ନିଜ ନିଜ ଘରେ ସମୟ ବିତାଉଛନ୍ତି ସମସ୍ତେ। ହେଲେ ଦେଶରେ ବଢୁଥିବା ସଂକ୍ରମିତ ଲୋକଙ୍କ ସଂଖ୍ୟା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିବାର ଲାଗିଛି। ଗରବଠୁ ନେଇ ଧନ ସମସ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି ସବୁ କିଛି ଠିକ୍ ହେବାକୁ। ହେଲେ ଏପରି ପରିସ୍ଥିତି ଦେଖି ଏବେ କାନ୍ଦି ପକାଇଛନ୍ତି ଅଭିନେତ୍ରୀ ସମୀରା ରେଡ୍ଡୀ। ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।
କୋରୋନା ଭାଇରସ ଆତଙ୍କ: କାନ୍ଦିଲେ ସମୀରା
କୋରୋନା ଭାଇରସକୁ ନେଇ ଚିନ୍ତିତ ନଜର ଆସିଲେ ଅଭିନେତ୍ରୀ ସମୀରା ରେଡ୍ଡୀ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ କାନ୍ଦୁଥିବାର ଆସିଲେ ନଜର।
ଡିଜାଇନ ଫଟୋ
ସେ ନିଜ ପିଲାଙ୍କ ଚିନ୍ତା ଜାହିର କରି ଭିଡିଓରେ କହିଛନ୍ତି, ‘ପରିସ୍ଥିତିକୁ ନେଇ ଆମେ ମାନେ ଯଦି ଏତେ ଚିନ୍ତିତ ତେବେ ପିଲାଙ୍କ ଉପରେ କଣ ବିତୁଥିବା। ନୈରାଶ୍ୟଜନକ ଯେ ଆମ ପିଲାଙ୍କୁ ଏପରି ପରିସ୍ଥିତି ଦେଖିବାକୁ ମିଳୁଛି। ଆମେ ପିଲାଙ୍କୁ ସୁରକ୍ଷିତ ଅନୁଭବ କରାଇବାକୁ ଚାହୁଁଛେ।’ ଖାଲି ଏତିକି ନୁହେଁ ଏହା କହି ସେ କାନ୍ଦି ପକାଇଥିଲେ । ଦେଖନ୍ତୁ ଭିଡିଓ...
ପ୍ରକାଶ ଥାଉକି ସମୀରା 2002ରେ ଫିଲ୍ମ ‘ମେନେଂ ଦିଲ ତୁଝକୋ ଦିୟା’ ଜରିଆରେ ବଲିଉଡରେ ପଦାର୍ପଣ କରିଥିଲେ । ଏହାପରେ ସେ ଅନେକ ଫିଲ୍ମରେ ନଜର ଆସିଥିଲେ ।