ମୁମ୍ବାଇ: କୋରୋନା ଭାଇରସରୁ ବଞ୍ଚିବା ପାଇଁ ପୁରା ବିଶ୍ବ ଚେଷ୍ଟା ଚଳାଇଛି। ଏହି ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଲୋକଙ୍କୁ ସାବୁନ ଓ ପାଣିରେ ବାରମ୍ବାର ହାତ ଧୋଇବାକୁ କହିଛନ୍ତି। ବଲିଉଡ ସେଲିବ୍ରିଟି ମଧ୍ୟ କୋରୋନା ଭାଇରସ ଉପରେ ଜନସାଧାରଣଙ୍କୁ ସଚେତନ ବାର୍ତ୍ତା ଦେଉଛନ୍ତି । ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ବିଶିଷ୍ଟ ଅଭିନେତା ଅନୁପମ ଖେର।
ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେ ଭିଡିଓ ଜରିଆରେ ହ୍ୟାଣ୍ଡ ୱାଶ ଚ୍ୟାଲେଞ୍ଜ ପଦକ୍ଷେପ ପ୍ରଶଂସା କରିବା ସହ ଭାରତରେ ଏହି ଚ୍ୟାଲେଞ୍ଜ ଅନେକ ଯୁଗରୁ ଚାଲିଆସୁଛି ବୋଲି କହିଛନ୍ତି।
ଟ୍ବିଟରରେ ସେୟାର କରିଥିବା ଭିଡିଓରେ ସେ ଏହା କହୁଥିବାର ନଜର ଆସୁଛନ୍ତି ଯେ ଆମ ଦେଶରେ ବାପା-ମା' ପିଲାବେଳୁ ଆମକୁ ହାତ ଧୋଇବା ଏବଂ ଜୋତା ଖୋଲି ବାହାର ରଖିବାକୁ ପରାର୍ମଶ ଦେଉଥିଲେ। ଏହି ଚ୍ୟାଲେଞ୍ଜ ଭାରତରେ ଅନେକ ଯୁଗରୁ ଚାଲିଆସୁଛି। ଏହାସହ ସେ କ୍ୟାପସନରେ ଲେଖିଛନ୍ତି, ‘ହ୍ୟାଣ୍ଡୱାଶ ଚ୍ୟାଲେଞ୍ଜ ଏକ ଶାନଦାର ପଦକ୍ଷେପ । ଆଉ ଏହାକୁ ପୁରା ଗମ୍ଭୀରତା ରୂପେ ଗ୍ରହଣ କରିବା କଥା।’
ଭିଡିଓ ସୌଜନ୍ୟ: ଟ୍ବିଟର@ଅନୁପମ ଖେର ପ୍ରକାଶ ଥାଉକି ବିଶ୍ବ ସ୍ବାସ୍ଥ୍ୟ ସଗଠନ କିଛି ଦିନ ହେବ ସେଲିବ୍ରିଟିଙ୍କୁ ଏହି ଚ୍ୟାଲେଞ୍ଜ ଗ୍ରହଣ କରିବା ଦେଶବାସୀଙ୍କୁ ଅପିଲ କରିବାକୁ କହିଥିଲା । ଯାହାପରେ ଦୀପିକା ପାଦୁକୋନ, ଅନୁଷ୍କା ଶର୍ମା ରଣବୀର ସିଂଙ୍କ ଭଉଣୀ ଏହି ଚ୍ୟାଲେଞ୍ଜ ଗ୍ରହଣ କରି ସୋସିଆଲ ମିଡିଆରେ ଫଟୋ ସେୟାର କରିସାରିଛନ୍ତି । ବର୍ତ୍ତମାନ କୋରୋନା ଭାଇରସରୁ ବଞ୍ଚିବା ପାଇଁ ଏପରି ଚ୍ୟାଲେଞ୍ଜ ଗ୍ରହଣ କରିବାରେ ଲାଗିଛନ୍ତି ଅନେକ ଲୋକ।