ଓଡିଶା

odisha

ETV Bharat / sitara

WHOର ହ୍ୟାଣ୍ଡୱାସ ଚ୍ୟାଲେଞ୍ଜ ଗ୍ରହଣ କଲେ ଦେଶୀ ଗାର୍ଲ

ଅନେକ ସେଲିବ୍ରିଟିଙ୍କ ପରେ ଏବେ ସାମ୍ନାକୁ ଆସିଲା ପ୍ରିୟଙ୍କା ଚୋପ୍ରାଙ୍କ ଏକ ଭିଡିଓ। ଅନୁଷ୍କା ସେଟ୍ଟୀ, ଦୀପିକା ପାଦୁକୋନ, ନୁସରତ ଜହାନଙ୍କ ପରେ ଏବେ ହ୍ୟାଣ୍ଡୱାଶ ଚ୍ୟାଲେଞ୍ଜ ଆପଣାଇଛନ୍ତି ସେ।

priyanka chopra
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

By

Published : Mar 26, 2020, 2:07 PM IST

ମୁମ୍ବାଇ: ବିଶ୍ବରେ କୋରୋନା ଭାଇରାସର ପ୍ରକୋପ ବଢିଚାଲିଛି। ଯାହାକୁ ନେଇ ସମସ୍ତେ ଭୟଭିତ । ବର୍ତ୍ତମାନ ଭାରତ ସମ୍ପୂର୍ଣ୍ଣ ଲକଡାଉନ। ଜନସାଧାରଣଙ୍କଠୁ ନେଇ ସେଲିବ୍ରିଟି ନିଜ ନିଜ ଘରେ ସମୟ ବିତାଉଛନ୍ତି। ଏହାସହ ସେଲିବ୍ରିଟି ଲୋକଙ୍କୁ ସୁରକ୍ଷିତ ରହିବାକୁ ଅପିଲ ମଧ୍ୟ କରିବାରେ ଲାଗିଛନ୍ତି। କିଛିଦିନ ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଗଠନ ସେଲିବ୍ରିଟିଙ୍କୁ ହ୍ୟାଣ୍ଡୱାଶ ଚ୍ୟାଲେଞ୍ଜ ଜରିଆରେ ଜନସାଧାରଣଙ୍କୁ ସଚେତନ ବାର୍ତ୍ତା ଦେବାକୁ କହିଥିଲେ।

ଯାହାକୁ ଅନେକ କଳାକାର ଗ୍ରହଣ କରି ସୋସିଆଲ ମିଡିଆରେ ଭିଡିଓ ସେୟାର କିରସାରିଛନ୍ତି। ଆଉ ଏବେ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଏହି ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି। ଯାହାର ଏକ ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଏହାସହ ସେ ଫ୍ୟାନ୍ସଙ୍କୁ ସୁରକ୍ଷିତ ରହିବାକୁ ପରାର୍ମଶ ଦେଇଛନ୍ତି। ପ୍ରକାଶ ଥାଉକି ଡବ୍ଲୁଏଚଓ ଏହି ଚ୍ୟାଲେଞ୍ଜ ପାଇଁ ପ୍ରିୟଙ୍କାଙ୍କୁ ମଧ୍ୟ ନମିନେଟ କରିଥିଲା।

ABOUT THE AUTHOR

...view details