ମୁମ୍ବାଇ: ଫେମସ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ଚର୍ଚ୍ଚିତ ଫିଲ୍ମ ‘ମର୍ଦ୍ଦାନୀ 2’ ର ବିବାଦ କମିବାରେ ନାଁ ନେଉନାହିଁ । ଟ୍ରେଲର ରିଲିଜ ପରେ ଆରମ୍ଭ ହୋଇଥିବା ଫିଲ୍ମର ବିବାଦ ଏବେ କୋର୍ଟରେ ଚାଲିଛି । ପାର୍ଷଦ ଗୋପାଲ ମୁଣ୍ଡା ଫିଲ୍ମରୁ କୋଟା ସହର ନାମ ହଟାଇବାକୁ ଅପିଲ କରି ସେନ୍ସର ବୋର୍ଡ ଅଧ୍ୟକ୍ଷ ପ୍ରସୂନ ଯୋଶୀ, ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରା ନିର୍ଦ୍ଦେଶକ ଗୋପି ପୁଥରଣ, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟକୁ ଆଇନ ନୋଟିସ ପଠାଇଛନ୍ତି ।
ଓକିଲ ଅଶ୍ବିନ ଗର୍ଗଙ୍କ ଅନୁଯାୟୀ, ନୋଟିସରେ ଫିଲ୍ମରୁ କୋଟା ସହର ନାମ ହଟାଇବାର ଦାବି ଏଥିନିମନ୍ତେ କରାଯାଇଛି ଯେ ସହରର ନାମ ବଦନାମ ହେବାରେ ଲାଗିଛି । ଏହାସହ ଚେତାବନୀ ମଧ୍ୟ ଦିଆଯାଇଛି ଯେ ପର୍ଯ୍ୟନ୍ତ ସହର ନାମ ହଟା ନଯାଇଛି ଫିଲ୍ମର ସ୍କ୍ରିନିଂ ବନ୍ଦ ରଖାଯିବ । ଆଉ ମାମଲାକୁ ଉଚ୍ଚ ନ୍ୟାୟାଳୟକୁ ନିଆଯିବ ।