ଓଡିଶା

odisha

ETV Bharat / sitara

କଂଗ୍ରେସ ନେତା ଶଶିଙ୍କ ଫଟୋରେ କୁଇନ କଙ୍ଗନା - selfies

କଂଗ୍ରେସ ନେତା ଶଶି ଥରୁର ଓ ଅଭିନେତ୍ରୀ କଙ୍ଗନା ରଣାୱତ ପିଏମ ମୋଦିଙ୍କ ଶପଥ ଗ୍ରହଣରେ ଏକାଠି ନଜର ଆସିଥିଲେ । ଏହି ଫଟୋଟିକୁ ଶଶି ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଶଶି ଥରୁର୍

By

Published : May 31, 2019, 11:56 PM IST

ମୁମ୍ବାଇ: ଗୁରୁବାର ପିଏମ ନରେନ୍ଦ୍ର ମୋଦି ଦ୍ବିତୀୟଥର ଜନସେବାର ଶପଥ ନେଇ ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ଦେଶ, ବିଦେଶର ନେତା ଏବଂ ବଲିଉଡ ଜଗତର ଅନେକ ଜଣାଶୁଣା କଳାକାର ରାଷ୍ଟ୍ରପତି ଭବନରେ ସାମିଲ ହୋଇଥିଲେ ।

ଏହି କାର୍ଯ୍ୟକ୍ରମର ଗୋଟିଏ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । କଂଗ୍ରେସ ନେତା ଶଶି ଥରୁର୍ ଏବଂ ବି-ଟାଉନର କୁଇନ କଙ୍ଗନା ରଣାୱତ ଗୋଟିଏ ଫ୍ରେମରେ ନଜର ଆସିଛନ୍ତି। ଫଟୋଟିକୁ ଶଶି ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ଫଟୋଟି ସାମ୍ନାକୁ ଆସିବା ମାତ୍ରେ ୟୁଜର୍ସ ଏହାକୁ ନେଇ ଫନ୍ନି କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଶଶି ଥରୁର୍

ଶଶି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ମତେ ଏହି ଅବସରରେ ଅନେକ ରାଜନୈତିକ ଚେହେରା ସହ ସାକ୍ଷାତ କରିବାର ଥିଲା ଆଇ ଇତିମଧ୍ୟରେ ଅନେକ ବଲିଉଡ ସେଲିବ୍ରିଟିଜଙ୍କ ସହ ସାକ୍ଷାତ କରି ବହୁତ ଖୁସି ଅନୁଭବ ହୋଇଛି । ଏହି ସେଲିବ୍ରିଟିଜଙ୍କ ମଧ୍ୟରେ କଙ୍ଗନା ରଣାୱତ, ରାଜକୁମାର ହିରାନୀ, ବିବେକ ଓବରୟ ସାମିଲ ଅଛନ୍ତି ।"

ଶଶିଙ୍କ ଫଟୋକୁ ଆଧାର କରି ସୋସିଆଲ ମିଡିଆ ୟୁଜର୍ସ ଫନ୍ନି କମେଣ୍ଟ କରିଛନ୍ତି । ଜଣେ ୟୁଜର ଟ୍ବିଟରରେ ଲେଖିଛନ୍ତି, "ସାର୍ ସେ ରାଣୀ ଲକ୍ଷ୍ମୀବାଇ, ତାଙ୍କ ବିଷୟରେ ଖରାପ ଭାବିବ ନାହିଁ ।" ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, "ଆଗ ଲଗେ ବସ୍ତି ମେଁ, ଥରୁର ଅପନେ ମସ୍ତି ମେ ।" ଏହି ପରି ମଜାଦାର କମେଣ୍ଟ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳୁଛି ।

ABOUT THE AUTHOR

...view details