ଓଡିଶା

odisha

ETV Bharat / sitara

ଜଣେ କଂଗ୍ରେସ ନେତାଙ୍କ ପାଇଁ ବ୍ରହ୍ମାଣ୍ଡ ସୁନ୍ଦରୀ ସାଜିଥିଲେ ସୁସ୍ମିତା

ଜଣେ ଏମିତି ବ୍ୟକ୍ତିତ୍ବଙ୍କ ପାଇଁ ମିସ୍ ୟୁନିଭର୍ସର ମୁକୁଟ ପିନ୍ଧିଥିଲେ ସୁସ୍ମିତା । ଯାହାର ଖୁଲାସା ସେ ଏକ ସାକ୍ଷାତକାରରେ କରିଥିଲେ ।

By

Published : Jun 7, 2019, 5:34 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସୁସ୍ମିତା ସେନ

ମୁମ୍ବାଇ: ଫିଲ୍ମ ଠାରୁ ଅଧିକ ନିଜ ଲଭଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେ ମିସ ୟୁନିଭର୍ସ ମୁକୁଟ ପିନ୍ଧିବାରେ ପ୍ରଥମ ଭାରତୀୟ ମହିଳା ରୂପେ ମଧ୍ୟ ଜଣାଯାଇଥାଆନ୍ତି । କିନ୍ତୁ କଣ ଆପଣଙ୍କୁ ଜଣା ଅଛି ତାଙ୍କୁ ମିସ ୟୁନିଭର୍ସ ଷ୍ଟେଜ ପର୍ଯ୍ୟନ୍ତ ପହଞ୍ଚିବାକୁ କେତେ କଷ୍ଟ କରିବାକୁ ପଡିଥିଲା । ଏକଦା ତ ଏମିତି ହୋଇଥିଲା ଯେବେ ଭାରତୀୟ ଆୟୋଜକ ତାଙ୍କ ସ୍ଥାନରେ ଐଶ୍ଚର୍ଯ୍ୟ ରାୟ ବଚ୍ଚନଙ୍କୁ ପଠାଇବାର ଯୋଜନା କରିନେଇଥିଲେ । କିନ୍ତୁ ସୁସ୍ମିତା କେବଳ ଜଣେ ବ୍ୟକ୍ତି ପାଇଁ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇପାରିଥିଲେ । ସେହି ବ୍ୟକ୍ତି ଜଣଙ୍କ ଥିଲେ କଂଗ୍ରେସ ନେତା ରାଜେଶ ପାଇଲଟ ।

ଏକଥା ଆମେ କହୁନାହୁଁ ଏହି କଥାର ଖୁଲାସା ସେ ନିଜେ ଏକ ସାକ୍ଷାତକାରରେ କରିଥିଲେ । ସେ କହିଥିଲେ କି ଗୋଟିଏ ସମୟ ଏମିତି ତାଙ୍କ ଜୀବନରେ ଆସିଥିଲା ଯେବେ ତାଙ୍କୁ ଅନୁଭବ ହୋଇଥିଲା କି ତାଙ୍କ ସ୍ବପ୍ନ ଭାଙ୍ଗିଯିବ । ଫିଲିପାଇନ୍ସରେ ମିସ ୟୁନିଭର୍ସ ପ୍ରତିଯୋଗିତାରେ ଯିବା ପାଇଁ ତାଙ୍କ ପାସପୋର୍ଟ ହଜିଯାଇଥିଲା । ଇଭେଣ୍ଟ ମ୍ୟାନେଜର ଅନୁପମା ବର୍ମାଙ୍କ ଦ୍ବାରା ତାଙ୍କ ପାସପୋର୍ଟ ହଜିଥିଲା । ଯାହାକୁ ନେଇ ସେ ଖୁବ୍ ନିରାଶ ହୋଇଯାଇଥିଲେ ।

ଅର୍ଗାନାଇଜର ଏତେ ସପୋର୍ଟିଭ ନଥିଲେ । ସେମାନେ ତାଙ୍କ ସ୍ଥାନରେ ଐଶଙ୍କୁ ପଠାଇବାକୁ ନିଷ୍ପତ୍ତି ମଧ୍ୟ ନେଇସାରିଥିଲେ । ତାଙ୍କୁ କହୁଯାଇଥିଲା କି ପାସପୋର୍ଟ ଏତେ ଶୀଘ୍ର ତିଆରି ହୋଇପାରିବ ନାହିଁ । ମିସ ୱାର୍ଲ୍ଡ ପ୍ରତିଯୋଗିତା ନଭେମ୍ବରରେ ଅଛି ଆପଣ ସେଥିରେ ସାମିଲ ହୋଇଯିବେ । ଏହା ଶୁଣି ସେ ଆହୁରି ନିରାଶ ହୋଇଯାଇଥିଲେ । ପରେ ନିଜ ବାପାଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ । ତାଙ୍କ ବାପା ମଧ୍ୟ ଏହି ମାମଲାରେ କିଛି କରିପାରିନଥିଲେ । ତଥାପି ସେ କଂଗ୍ରେସ ନେତା ରାଜେଶଙ୍କୁ ଏହି ବିଷୟରେ ଜଣାଇବାରୁ ସେ ସଙ୍ଗେ ସଙ୍ଗେ ତାଙ୍କର ସାହାଯ୍ୟ କରିଥିଲେ । ଯାହା ଦ୍ବାରା ସେ ମିସ ୟୁନଭର୍ସର ମୁକୁଟ ପିନ୍ଧି ଦେଶକୁ ଗର୍ବିତ କରିପାରିଥିଲେ ବୋଲି କହିଛନ୍ତି ସୁସ୍ମିତା ।

ABOUT THE AUTHOR

...view details